ଲାୟନ୍ସ ଜିଲ୍ଲା-୩୨୨ ସି୪ର ୫ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଣ୍ଟର ନ୍ୟାସନାଲଠାରେ ଲାୟନ୍ସ ଜିଲ୍ଲା-୩୨୨ ସି୪ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଳା ଗଭର୍ଣ୍ଣର ଲାୟନ ଆର.ମୁରୁଗାନ୍‌ ଯୋଗଦାନ କରି ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସମାଜରେ ଲାୟନ୍ସ କ୍ଲବ କିପରି ଭାବେ ଅନୁନ୍ନତ ଥିବା ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇ ପାରୁଛି, ତାହା ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ସୋସିଆଲିଷ୍ଟ ଆକ୍ଟିଭିଷ୍ଟ ଓ ସି.ଓ୍ଵାଇ.ଏସ୍‌.ଡିର ମୁଖ୍ୟ ଜଗଦାନନ୍ଦ ଯୋଗଦାନ କରି ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ଡ. ଗୀତାରଣୀ ପାଢ଼ୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଅତିଥିମାନଙ୍କର ସମାଜ ପ୍ରତି ଥିବା ତ୍ୟାଗମୂଳକ ମନୋଭାବକୁ ଦର୍ଶାଇଥିଲେ। ଉତ୍ସବରେ ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲା.ବିଶ୍ୱନାଥ ମହାନ୍ତି, ୨ୟ ଜିଲ୍ଲା ଗଭର୍ଣ୍ଣର ଲା. ପ୍ରଦୀପ କୁମାର ପଣ୍ଡା ଓ ଆଞ୍ଚଳିକ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ଲାୟନ ଅନ୍ନଦା ପ୍ରସାଦ ମଲ୍ଲ ଏହି ଉତ୍ସବର ଉଦ୍ୟୋକ୍ତା ଭାବେ ଭୁବନେଶ୍ୱରଠାରୁ ରାୟଗଡ଼ା ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଲାୟନ ଯୋଗଦାନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଲାୟନ ଏ.କେ ଶରଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର