ଆଚାର୍ଯ୍ୟବିହାରରେ ‘ଲିପ୍ସ୍ ଅନ୍ ବିଟ୍ସ୍’ର ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ

ଭୁବନେଶ୍ୱର: ଲିପ୍ସ୍ ଅନ୍ ବିଟ୍ସ୍ ଡ୍ୟାନ୍ସ ଷ୍ଟୁଡିଓର ତୃତୀୟ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଆଚାର୍ଯ୍ୟବିହାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି, ପୁଲିସ ଡିସିପି (ସିକ୍ୟୁରିଟି) ନିର୍ମଳ ଶତପଥୀ ଓ ରାଜ୍ୟର ପ୍ରସିଦ୍ଧ ନୃତ୍ୟ ପ୍ରଶିକ୍ଷକ ତଥା କୋରିଓଗ୍ରାଫର୍ ହରିହର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୃତ୍ୟକଳାରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପ୍ରଶିକ୍ଷଣ କେନ୍ଦ୍ର ଏକ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ଅତିଥିମାନେ କହିଥିଲେ।

ନିର୍ଦ୍ଦେଶକ ଶୁଭାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ସହ ୱେଷ୍ଟର୍ନ, କ୍ଲାସିକାଲ୍ ଭଳି ବିଭିନ୍ନ ନୃତ୍ୟକଳା ତଥା ଫିଟନେସ୍ ପ୍ରତି ଆଗ୍ରହୀ ଥିବା ଅନେକ ଛାତ୍ରଛାତ୍ରୀ ଅନଲାଇନ୍‌ ଏବଂ ଅଫଲାଇନ୍‌ କ୍ଲାସ ଜରିଆରେ ଯୋଡ଼ି ହେଉଛନ୍ତି। ଖଣ୍ଡଗିରି ଏବଂ ପଟିଆଠାରେ ଦୁଇଟି ସଫଳ ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଲୋକାଦୃତ ହେବା ପରେ ପରେ ଆର୍କିଟେକ୍ଟ ସ୍ୱୟଂ ସ୍ୱସ୍ତିକ୍ ଦାସଙ୍କ ଦ୍ବାରା ଡିଜାଇନ୍‌ ହୋଇଥିବା ଭୁବନେଶ୍ୱରର ପ୍ରଥମ ସାଉଣ୍ଡ ପ୍ରୁଫ୍ ଡ୍ୟାନ୍ସ୍ ଷ୍ଟୁଡିଓ ଭାବେ ଏହାର ତୃତୀୟ ସେଣ୍ଟର ଆଚା‌ର୍ଯ୍ୟବିହାରରେ ଉଦ୍‌ଘାଟିତ ହୋଇଛି। ମାନସିକ ତଥା ଶାରୀରିକ ଭାବେ ନିଜକୁ ସୁସ୍ଥ ରଖିବା ପାଇଁ ନୃତ୍ୟ ଓ ଫିଟନେସ୍‌ ବେଶ୍ ଲାଭଦାୟକ। ଏ ଦିଗରେ ଆମର ପ୍ରଚେଷ୍ଟା ଜାରି ରହିଥିବା ଲିପ୍ସ୍-ଅନ୍‌- ବିଟ୍‌ସର ସହପ୍ରତିଷ୍ଠାତା ନିବେଦିତା ଵାଲା ଏହି ଅବସରରେ କହିଛନ୍ତି।

ସମ୍ବନ୍ଧିତ ଖବର