ଭିନ୍ନକ୍ଷମ ଯୁବକଙ୍କ ଦୁଇ କିଡ଼ନି ନଷ୍ଟ: ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ପଟୁପଡ଼ା ଗ୍ରାମର ନରେନ୍ଦ୍ର ଜେନାଙ୍କ ଏକମାତ୍ର ଭିନ୍ନକ୍ଷମ ପୁଅ ସନାତନ ଜେନା (୨୭) ଦୀର୍ଘଦିନ ହେବ କିଡ୍‌ନି ରୋଗରେ ପୀଡ଼ିତ। ସନାତନ ଜନ୍ମରୁ ମୂକ ଓ ବଧିର ହୋଇଥିବା ବେଳେ ତାଙ୍କର ଦୁଇଟି ଯାକ କିଡ୍‌ନି ଖରାପ ହୋଇଯାଇଛି। ଫଳରେ ସନାତନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ନିଜର ଭିନ୍ନକ୍ଷମ ପୁଅ ଅସୁସ୍ଥ ହୋଇଯିବା ପରେ ଦିନ ମଜୁରିଆ ନରେନ୍ଦ୍ର ଏବଂ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ଦୁଃଖରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପୁଅର ଚିକିତ୍ସା ପାଇଁ ଘର ଡିହର କିଛି ଅଂଶ ବିକ୍ରି କରି ଘରୋଇ ହସ୍ପିଟାଲରେ ଦୁଇଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଏଭଳି ସମୟରେ ପୁଅର ଚିକିତ୍ସା ଚାଲୁ ରଖିବା ପାଇଁ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ ଅସମ୍ଭବ ପ୍ରାୟ ହୋଇପଡ଼ିଛି। କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତି ଅଥବା ସାମାଜିକ ଅନୁଷ୍ଠାନ ଏହି ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇବାକୁ ଚାହୁଁଥାନ୍ତି, ତା’ ହେଲେ ତାଙ୍କ ସହିତ ଯୋଗାଯୋଗ (୭୭୮୮୯୧୬୧୨୦/୯୮୫୩୬୬୪୩୦୧) କରିବାକୁ ନରେନ୍ଦ୍ର ଅନୁରୋଧ କରିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର