ସ୍ବତନ୍ତ୍ର ଅଭିଯାନରେ ୧୫୦୦ରୁ ଅଧିକ ଲୋକ ଟିକା ନେଲେ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର ଖୋଲି ସ୍ଲଟ୍ ବୁକିଂ ମାଧ୍ୟମରେ ଟିକା ଦିଆଯାଉଛି। ଏଥିରେ ଦୈନିକ ପ୍ରାୟ ୨୦ହଜାର ଲୋକଙ୍କୁ ଟିକା ଦିଆଯାଉଛି। ଏହାବାଦ୍ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଖୋଲି ଟିକାକରଣ ଚାଲିଛି। ଆଜି ଏହିପରି ସ୍ବତନ୍ତ୍ର ଅଭିଯାନରେ ୧୫୦୦ରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଶନିବାର ଆଇଆଇଟି-ଭୁବନେଶ୍ବରର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଟିକା ଦିଆଯାଇଥିବାବେଳେ ୫୦୦ରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ସେହିପରି ଓକାକ୍‌ରେ ଆଇଟି କମ୍ପାନିରେ କାର୍ଯ୍ୟ କରୁଥିବା କର୍ମଚାରୀ, ବିଭିନ୍ନ ହୋଟେଲ ଓ ରେସ୍ତୋରାଁର କର୍ମଚାରୀ, ଜୋମାଟୋ କର୍ମଚାରୀଙ୍କୁ ଆଇଆର୍‌ସି ଭିଲେଜ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯାଇଥିଲା। ଆଇଆଇଟି-ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍‌ରେ ପିଏଚ୍‌ଡି କରୁଥିବା ଅଭିଷେକ ପାଣ୍ଡେ କହିଛନ୍ତି ଯେ, ଆଜି ମୁଁ ପ୍ରଥମ ଡୋଜ୍ ଟିକା ନେଲି। ବିଏମ୍‌ସି ପକ୍ଷରୁ ବ୍ୟବସ୍ଥିତ ଢଙ୍ଗରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ ଏହିଭଳି ପଦକ୍ଷେପ ଆମକୁ ଉତ୍ସାହିତ କରିଛି।

ସମ୍ବନ୍ଧିତ ଖବର