ଚୂଡ଼ାନ୍ତ ପର୍ଯ୍ୟାୟରେ ଡିଏଭି ଚନ୍ଦ୍ରଶେଖରପୁରର ୨୯ ଜଣ ଛାତ୍ରଛାତ୍ରୀ

ଜାତୀୟ ମେଧା ଅନେଷଣ ପରୀକ୍ଷା

ଚନ୍ଦ୍ରଶେଖରପୁର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ ଏନ୍‌ସିଇଆର୍‌ଟି ଓ ଏସ୍‌ସିଇଆର୍‌ଟିର ମିଳିତ ଉଦ୍ୟମରେ ପରିଚାଳିତ ଜାତୀୟ ମେଧା ଅନେ୍ଵଷଣ ପରୀକ୍ଷାଫଳ (ରାଜ୍ୟପର୍ଯ୍ୟାୟ) ପ୍ରକାଶ ପାଇଛି। ଏଥିରେ ସ୍ଥାନୀୟ ଡିଏଭି ପବ୍ଲିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁରର ସର୍ବାଧିକ ୨୯ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ ପୂର୍ବକ ଚୂଡ଼ାନ୍ତ ଜାତୀୟ ପର୍ଯ୍ୟାୟ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଏକକ ବିଦ୍ୟାଳୟ ଭାବରେ ରାଜ୍ୟରେ ଏହା ସର୍ବଶ୍ରେଷ୍ଠ ସଫଳତା। ପ୍ରାୟ ୨ ଦଶନ୍ଧି ଧରି ଏନ୍‌ଟିଏସ୍‌ଇ ଓ କେଭିପିଓ୍ଵାଇ ପରି ସର୍ବଭାରତୀୟ ସମ୍ମାନଜନକ ପରୀକ୍ଷାରେ ଡିଏଭି ଚନ୍ଦ୍ରଶେଖରପୁର ସର୍ବଶ୍ରେଷ୍ଠ ଓ ଅଗ୍ରଣୀ ବିଦ୍ୟାଳୟର ମାନ୍ୟତା ଲାଭ କରିଆସୁଛି। କୃତୀ ଛାତ୍ରଛାତ୍ରୀମାନେ ଆଗାମୀ ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଚୂଡ଼ାନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଉଚ୍ଚଶିକ୍ଷା ସମାପ୍ତ ହେବା ଯାଏ ଆକର୍ଷଣୀୟ ଛାତ୍ରବୃତ୍ତି ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭ କରିବେ। ବିଦ୍ୟାଳୟର ଅଧ୍ୟକ୍ଷ ଡ. କେ.ସି. ଶତପଥୀ ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ ଦିଗ୍‌ଦର୍ଶକ ଓ ଶିକ୍ଷକ ନିରଞ୍ଜନ ସ୍ୱାଇଁ, ଡ. ସର୍ଦଦମନ ସିଂହଙ୍କୁ ଅଭିନନ୍ଦନ ଜଣାଇ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର