ବିଜେବିରେ ଜାତୀୟ କର୍ମଶାଳା

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ପିଏମ୍‌ଆଇଆର୍‌ ଏବଂ ପର୍ଯ୍ୟଟନ ବିଭାଗ ଦ୍ୱାରା ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ‘ସେବା କ୍ଷେତ୍ରରେ ମାନବ ସମ୍ବଳର ଉତ୍ତମ ପରିଚାଳନା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଏଥିରେ ଟାଟା ଷ୍ଟିଲର ମାନବ ସମ୍ବଳ ମୁଖ୍ୟ ପାର୍ଥ ସାରଥୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କର୍ମଶାଳାରେ ଓଏଚ୍‌ପିସିର ମାନବ ସମ୍ବଳ ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ସୋଆ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ସୀତିକଣ୍ଠ ମିଶ୍ର, ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, କେସସିଏଲ୍‌ ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ସାମଲ, ଇନ୍‌ ଟୁ ଆଇଟିର ମାନବସମ୍ବଳ ମୁଖ୍ୟ ଶଶାଙ୍କ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି, ଉପାଧ୍ୟକ୍ଷ ରୀତା ପତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି କର୍ମଶାଳାରେ ପାଠ୍ୟକ୍ରମ ନିର୍ଦ୍ଦେଶକ ସନ୍ତୋଷ ବେଜ୍‌, ପିଏମ୍‌ଆଇଆର ବିଭାଗ ମୁଖ୍ୟ ଶୁଭେନ୍ଦୁ ମିଶ୍ର, ପର୍ଯ୍ୟଟନ ପାଠ୍ୟକ୍ରମ ମୁଖ୍ୟ ହିମାଂଶୁ ସାହୁ, ଅଧ୍ୟାପକ ଅଭିିଜିତ୍‌ ମିଶ୍ର, ସୋମା ନାୟକ, ସୋମାଲିସ୍ମିତା, ପବିତ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବ, ଅମ୍ଲାନ, ଅନିଷା, ସୁଚିସ୍ମିତା, ଦୟା ଏବଂ ପୁନମ୍‌ ପ୍ରମୁଖ କର୍ମଶାଳା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର