ରାଜଧାନୀ ଭୁବନେଶ୍ବରରେ ଡ୍ରେନ୍‌ରୁ ମୃତ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚଦ୍ରଶେଖରପୁରରୁ ନିଳାଦ୍ରୀ ବିହାରକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଥିବା ଡ୍ରେନରୁ ଏକ  ମୃତ ନବଜାତ ଶୁଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭୁବନେଶ୍ବର ମହାନଗନ ନିଗମ(ବିଏମ୍‌ସି)କୁ ଖବର ଦେଇଥିଲା। ପୁଲିସ୍‌ ଓ ବିଏମ୍‌ସି କର୍ମଚାରୀ ମିଶି ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛନ୍ତି। ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇଛି କିମ୍ବା ଶିଶୁଟି ଡ୍ରେନ୍‌ରେ କିଛି ସମୟ ପଡ଼ିବା ପରେ ତା’ର ମୃତ୍ୟୁ ଘଟିଛି ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ସନ୍ଦେହ କରାଯାଉଛି ଯେ ସଂପୃକ୍ତ ଅଞ୍ଚଳରେ ଅନେକଗୁଡ଼ିଏ ହସ୍ପିଟାଲ୍‌ ଓ ନର୍ସିଂହୋମ୍‌ ଥିବାରୁ ଶିଶୁଟିକୁ ସେଠାରୁ ଆଣି କିଏ ଫିଙ୍ଗି ଦେଇ ଥାଇପାରେ।

ସମ୍ବନ୍ଧିତ ଖବର