ମଇଳା ଟାଙ୍କି ସଫେଇ କର୍ମୀଙ୍କ ମୃତ୍ୟୁ ଘଟଣା : ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କଲା ଏନଏଚଆରସି

ଭୁବନେଶ୍ବର: ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି କମିସନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିସନ୍।

ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏକ ପିଟିସନ ଜରିଆରେ ଅଭିଯୋଗ କରିଥିଲେ ଯେ ମାର୍ଚ ୧୯, ୨୦୨୧ରେ ବ୍ରହ୍ମେଶ୍ୱର ବାଗ୍ ଅଞ୍ଚଳରେ ଟାଙ୍କି ସଫା କରିବା ସମୟରେ ସୁନାରାମ ସଦର (୫୫) ଓ ସିଲୁପ ବିରୁଆଙ୍କର ମୃତ୍ୟୁ ଘଟିଥିଲା। ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ଦ୍ୱାରା ନିଯୁକ୍ତ ଏକ ଠିକାଦାର ସଂସ୍ଥା ଦ୍ୱାରା ସେମାନେ ନିଯୁକ୍ତ ହୋଇଥିଲେ। କାମ କରିବା ସମୟରେ ସେମାନେ ଅକ୍ସିଜେନ୍ ମାସ୍କ ପିନ୍ଧି ନଥିଲେ କିମ୍ବା ଅନ୍ୟ ସୁରକ୍ଷା ସରଞ୍ଜାମ ନ ଥିଲା।  ଏହି ଘଟଣାରେ ମାନୁଆଲ୍ ସ୍କାଭେଞ୍ଜର ନିଯୁକ୍ତି ନିଷେଧ ଓ ଥଇଥାନ ଆଇନ, ୨୦୧୩ର ଧାରା ୭,୯ ଓ ୨୨ ଅନୁସାରେ ଏଫଆଇଆର୍ ହୋଇଛି କି ନାହିଁ ତାହା ଜଣାଇବା ସହ ଏହି ମାମଲାରେ କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ସୂଚନା ଦେବାକୁ କମିସନ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର