ନୀଳାଦ୍ରିବିହାର ଶିଶୁମନ୍ଦିରରେ ରାଷ୍ଟୀୟ ନବବର୍ଷ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଛି। ଏହି ଅବସରରେ ଏକ କଳସ ଶୋଭାଯାତ୍ରା ନଗର ପରିକ୍ରମା କରି ବିଦ୍ୟାଳୟ ପ୍ରାଙ୍ଗଣରେ ପହଞ୍ଚିଥିଲା। କଳସ ଯାତ୍ରାରେ ଭାଗ ନେଇଥିବା ମହିଳାମାନେ ପରେ ୧୦୮ ହନୁମାନ ଚାଳିଶାରେ ଭାଗ ନେଇଥିଲେ। ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଏକ ସଭାରେ ପ୍ରାୟ ୪୦୦ରୁ ଊର୍ଧ୍ୱ ଅଭିଭାବକ ଏକାଠି ହୋଇଥିଲେ। ରାଷ୍ଟ୍ରୀୟ ନବବର୍ଷର ବୈଜ୍ଞାନିକତା ତଥା ବ୍ରହ୍ମାଙ୍କର କାଳ ଗଣନା ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଗୁରୁଜୀ ଗୁରୁମାଙ୍କ ସହଯୋଗରେ ପରିଚାଳିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ସମ୍ବନ୍ଧିତ ଖବର