ମାର୍ଚ୍ଚ ୧୫ରେ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ

ଭୁବନେଶ୍ବର,: ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା କାନଭାସ୍‌ ପକ୍ଷରୁ ଓଡ଼ିଶା ଫିଲ୍ମ ଫେୟାର ଆୱାର୍ଡସ (ଓଫା) ଫାଉଣ୍ଡେସନ୍ ସହଯୋଗରେ ଆସନ୍ତା ୧୫ତାରିଖ ଦିନ ଜନତା ମଇଦାନରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ-୨୦୧୯। ଦୀର୍ଘ ୯ବର୍ଷ ହେଲା ଭୁବନେଶ୍ବର ଓ କଟକରେ ଆୟୋଜନ ହୋଇଆସୁଥିବା ଏହି ଉତ୍ସବର ୧୦ମ ଉତ୍ସବ ଆଡ଼ମ୍ବର ସହକାରେ ଆୟୋଜନ ହେବ ବୋଲି ଆୟୋଜକମାନେ କହିଛନ୍ତି। ପୂର୍ବବର୍ଷଗୁଡ଼ିକ ଭଳି ଏଥର ବି ଜଣେ ବଲିଉଡ୍‌ କଳାକାର ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଚଳିତବର୍ଷ ୨୫ଟି ବିଭାଗରେ କଳାକାରଙ୍କୁ ସମ୍ବର୍ଦ୍ଧିତ କରି ଜଣେ ବର୍ଷୀୟାନ କଳାକାରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମରେ ଓଲିଉଡ୍‌ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଫାର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଉପାଧ୍ୟକ୍ଷ ସ୍ମୃତିସିକ୍ତ ସାମନ୍ତରାୟ, ଆବାହକ ମନୋଜ କୁମାର ଦାଶ, ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ଅମୃତ ରଂଜନ ଦାଶ ଓ ଜ୍ଞାନ ରଂଜନ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର