ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ ୪ର ଅର୍ପଣଙ୍କୁ ସଫଳତା

ଭୁବନେଶ୍ୱର: ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ୍‌ ପକ୍ଷରୁ ଡିଜିଟାଲ୍‌ ଇଣ୍ଡିଆ କର୍ପୋରେସନ୍‌ ଏବଂ କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଏବଂ ବୈଷୟିକ ବିଜ୍ଞାନ ବିଭାଗ ସହାୟତାରେ ଅନୁଷ୍ଠିତ ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର-୪ର ଛାତ୍ର ମାଷ୍ଟର ଅର୍ପଣ ସହୁ ମେରିଟ୍‌ ସାର୍ଟିଫିକେଟ୍‌ ଅର୍ଜନ କିରଛନ୍ତି। ସମଗ୍ର ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ୍‌ରୁ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅର୍ପଣ ୯୦ ପ୍ରତିଶତ ନମ୍ବର ରଖି ଏହି ସଫଳତା ଅର୍ଜନ କରିଛନ୍ତି। ସମଗ୍ର ଦେଶରୁ ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପଣ ଏହି ଗୌରବ ହାସଲ କରିଛନ୍ତି। ୨୧ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଇକୋନୋମିକ୍‌ ଆଡ୍‌ଭାଇଜର୍‌ ଡ. ଏନ୍‌ କେ ସାହୁ, ଲର୍ଣ୍ଣିଂ ଲିଙ୍କର ସିଇଓ ଅଞ୍ଜଳି ପ୍ରକାଶ ଓ ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ଅର୍ପଣଙ୍କୁ ସମ୍ମାନିତ କରାଯିବା ସହିତ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତାଙ୍କର ଏହି ସଫଳତା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ୪ ପକ୍ଷରୁ ଅଧ୍ୟକ୍ଷ ସ୍ନେହସୁତା ଷଡ଼ଙ୍ଗୀ ସମ୍ମାନିତ କରିଥିଲେ। ସ୍କୁଲ୍‌ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର