‘ଝରକା’ର ଶୁଭାରମ୍ଭ

ଚନ୍ଦ୍ରଶେଖରପୁର: ଓଡ଼ିଶାର ପ୍ରଥମ ଡିଜିଟାଲ୍‌ ସାମାଜିକ ଗଣମାଧ୍ୟମ ଓଡ଼ିଆ ଚ୍ୟାନେଲ୍‌ ‘ଝରକା’ର ଶୁଭାରମ୍ଭ ହୋଇଛି। ହୋଟେଲ ସ୍ୟାଣ୍ଡିସ୍‌ ଟାୱାର ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଚ୍ୟାନେଲ୍ ଆମ୍ବାସଡର୍ ଅଭିନେତ୍ରୀ ପ୍ରକୃତି ମିଶ୍ର, ପ୍ରତିଷ୍ଠାତା ମାନବ ରଥ, ସିଇଓ ପଙ୍କଜ, ଲଲାତେନ୍ଦୁ ରଥ ଓ ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ‘ଝରକା’ ଏକାସଙ୍ଗେ ୱେବ୍‌-ପୋର୍ଟଲ୍‌, ଫେସ୍‌ବୁକ୍‌, ୟୁ-ଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମରେ ପ୍ରସାରିତ ହୋଇଛି। ଏହାର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ କଥା କିଛି, ରାଗ କେଦାର, ଝରକା ଏକ୍ସକ୍ଲୁସିଭ୍‌ କହେ ହଳଧାରା, କହେ କେହି, କଥା କବିତା, ମୋ ନୂଆ ଓଡ଼ିଶା, ଝରକା ରାଉଣ୍ଡ ଅପ୍‌ ୨୦୧୮, ଓଡ଼ିଶାର ଫେସ୍‌ବୁକ୍‌ ସୁପରଷ୍ଟାର ଆଦି ରହିଛି। ଖୁବ୍‌ଶୀଘ୍ର ଏହାର ଆଉ କିଛି ସୋ’ ପ୍ରସାରିତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର