୧୨ରେ ବିଶାଳ ପାଇକ ସମାବେଶ

ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘର ପାଇକ ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବୁଦ୍ଧବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆବାହକ ଅଶୋକ କୁମାର ପାଲଟାସିଂହଙ୍କ ସଭାପତିତ୍ତ୍ୱରେ ଏହି ବୈଠକରେ ଦଳବେହେରା, ପାଇକଗୁରୁ, ପାଇକ ସର୍ଦ୍ଦାରମାନେ ଯୋଗ ଦେଇଥିଲେ। ଆସନ୍ତା ଫେବ୍ରୁଆରି ୧୨ ତାରିଖରେ ଏହି ବିଶାଳ ପାଇକ ସମାବେଶ ଅନୁଷ୍ଠିିତ ହେବ। ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ପାଇକ ଆଖଡ଼ା ଦଳ ଯୋଗଦାନ କରିବେ।

ଆଜି ରାଜ୍ୟ ଆଖଡ଼ାର ପୁନରୁଦ୍ଧାର, ଦଳମତି, ପାଇକଗୁରୁ ପାଇକ ବାଦ୍ୟକାରମାନଙ୍କୁ ସ୍ୱତନ୍ତ୍ର ପାଇକ ଭତ୍ତା ପ୍ରଦାନ କରିବା, ପାଇକ ଏକାଡେମି ଗଠନ କରିବା, ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ପାଇକ ଆଖଡ଼ା ଖୋଲି ତାହାକୁ ସ୍କାଉଟ୍‌ ଓ ଗାଇଡ୍‌ ଭଳି ମାନ୍ୟତା ଦେବା ଆଦିର ଦାବି ଉପସ୍ଥାପନା କରାଯାଇଥିଲା। ବୈଠକରେ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଅନୁଗୁଳୁ ଦଳବେହେରା ରଂଜନ ବିଶୋଇ, ବାଣପୁର ପାଇକ ସର୍ଦ୍ଦାର ରଂଜନ ବଳିଆରସିଂହ, ପ୍ରମୋଦ କୁମାର ସାମନ୍ତରାୟ, ନୟାଗଡ଼ ପାଇକଗୁରୁ ଆରତ ପ୍ରଧାନ, ଯାଜପୁର ସରୋଜ ବିଶ୍ୱାଳ, ପାତ୍ରପଡ଼ା ଦଳବେହେରା ପାଟ୍ଟଶାଣୀ, ପାଇକଗୁରୁ ମନୋରଂଜନ ପଶ୍ଚିମ କବାଟ ପ୍ରମୁଖ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର