ଇଡବ୍ଲ୍ୟୁଏସ୍ ଫ୍ଲାଟ୍ ହସ୍ତାନ୍ତର ଦାବିରେ ବିକ୍ଷୋଭ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍ଏଚବି) ଦ୍ବାରା ଡୁମୁଡୁମା ଫେଜ୍-୭ରେ ଇଡବ୍ଲ୍ୟୁଏସ୍‌ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ପ୍ରତିବାଦରେ ଆଜି ଆର୍ଥିକ ଅନଗ୍ରସର ଶ୍ରେଣୀ(ଇଡବ୍ଲ୍ୟୁଏସ୍) ହିତାଧିକାରୀମା‌ନେ ଓଏସ୍ଏଚବି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମା‌ନେ ଓଏସ୍ଏଚବି ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କୁ ଘେରିଯିବା ସହ ତାଙ୍କୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇନଥିଲେ।

ସେମାନଙ୍କ ଅଭିଯୋଗ ଅନୁସାରେ ୨୦୧୫ ମସିହାରେ ଡୁମୁଡୁମା ଫେଜ୍-୭ରେ ଏହି ଆପାର୍ଟମେଣ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯ ଡିସେମ୍ବରରେ ଘର ହସ୍ତାନ୍ତର କରିବା ପାଇଁ କୁହାଯାଇଥିଲା। ଇଡବ୍ଲ୍ୟୁଏସ୍ ଘର ପାଇଁ ସାଢ଼େ ୭ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା ଓ ଗ୍ରାହକମାନେ ପଇଠ କରିଥିଲେ। ଏହା ଭିତରେ ଏଲ୍‌ଆଇଜି ଓ ଏମ୍ଆଇଜି ଘରର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଇଡବ୍ଲ୍ୟୁଏସ୍ ଘର ପାଇଁ ଗୋଟିଏ ମାତ୍ର ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି। ଏଥିରେ ମାତ୍ର ୪୮ପରିବାର ରହିପାରିବେ। ଏଥିପାଇଁ ୧୨୭ ପରିବାର କିସ୍ତି ଅନୁସାରେ ଟଙ୍କା ପଇଠ କରିଛନ୍ତି। ଏହି ବିକ୍ଷୋଭ ବେଳେ ଅଧ୍ୟକ୍ଷ ଶ୍ରୀ ମିଶ୍ର ସେମାନଙ୍କ ସହ ଆଲୋଚନା କରିଥିଲେ ଓ ୧୫ଦିନ ଭିତରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ଧାରଣାରୁ ହଟିଥିଲେ।

ସମ୍ବନ୍ଧିତ ଖବର