କନକ ନ୍ୟୁଜ୍‌ର ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌ -୨୦୧୮ ଆଜି : ‘ଅନନ୍ୟା’ରେ ଯୋଗଦେବେ ରବିନା ଟଣ୍ଡନ

ଭୁବନେଶ୍ୱର: କନକ ନ୍ୟୁଜ୍‌ ପକ୍ଷରୁ ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌’ର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି (ଶୁକ୍ରବାର) ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟା ୩୦ରେ କନ୍‌କ୍ଲେଭ୍‌ ଉଦ୍‌ଘାଟନ ପରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବେ। ଏହାପରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ (ଓଏସ୍‌ଡିଏ)ର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଯୋଗଦେଇ ‘ଓଡ଼ିଶାର ବିକାଶ, କାହା ହାତରେ ଚାବିକାଠି?’ ଶୀର୍ଷକ ଉପରେ ବକ୍ତବ୍ୟ ରଖିବେ। ଦ୍ୱିତୀୟ ପର୍ଯ୍ୟାୟରେ ‘ଓଡ଼ିଶା ନିର୍ମାଣ: ଅମଲାତନ୍ତ୍ରର ଦୃଷ୍ଟିକୋଣ’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ହେବ। ଏଥିରେ ୪ ଜଣ ପ୍ରଶାସନିକ ଅଧିକାରୀ ଭାଗନେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନରେ ହେବାକୁ ଥିବା ‘ଲୋକପ୍ରିୟ ହେବା ପାଇଁ ରାଜନୀତି ସୁସ୍ଥ ଅର୍ଥନୀତିର ପରିପନ୍ଥୀ କି?’ ଶୀର୍ଷକ ଆଲୋଚନାଚକ୍ରରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଅଂଶଗ୍ରହଣ କରିବେ। ସେହିପରି କନକ ନ୍ୟୁଜ୍‌ର ଅନ୍ୟ ଏକ କାର୍ଯ୍ୟକ୍ରମ ‘ଅନନ୍ୟା: ସେଲିବ୍ରେଟିଙ୍ଗ ଦି ଓମ୍ୟାନ୍‌ ଇନ୍‌ ୟୁ’ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ପୁରସ୍କାର ବିଜେତା ତଥା ଅଭିନେତ୍ରୀ ରବିନା ଟଣ୍ଡନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍‌ଣ ୩ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର