ଶ୍ରୋତା ସାଉଁଟିଲେ ଲାଇଭ୍‌ ଷ୍ଟୁଡିଓର ନିଆରା ଅନୁଭୂତି

ହାଟସନ୍‌ ଡେଲି ଷ୍ଟୋରରୁ ରେଡିଓ ଚକଲେଟ୍‌ ଲାଇଭ୍‌

ଭୁବନେଶ୍ୱର : ରେଡିଓ ଷ୍ଟୁଡିଓ କିପରି? ଷ୍ଟୁଡିଓ ଭିତିରେ ରେଡିଓ ଜକି(ଆର୍‌ଜେ)ମାନେ କିପରି ଉପସ୍ଥାପନା କରନ୍ତି? ଏସବୁ ଜାଣିବାକୁ ସାଧାରଣ ଶ୍ରୋତା ମନରେ ସବୁବେଳେ ଇଚ୍ଛା ଥାଏ। ଆଜି ଶ୍ରୋତାଙ୍କର ଏଇ ଇଚ୍ଛାକୁ ପୂରଣ କରିବା ପାଇଁ ଓଡ଼ିଶାର ନିଜର ନମ୍ବର ଓ୍ଵାନ ଘରୋଇ ଏଫ୍‌.ଏମ୍‌ ଚ୍ୟାନେଲ ରେଡିଓ ଚକଲେଟ୍‌ ଏକ ନିଆରା ଅବସର ଆଣି ଦେଇଥିଲା। ଅନୁଷ୍ଠାନ ପକ୍ଷରୁ ଏକ ଅବିକଳ ରେଡିଓ ଷ୍ଟେସନ ନୟାପଲ୍ଲୀ ଏନ୍‌- ଓ୍ଵାନ୍‌ ସ୍ଥିତ ହାଟସନ୍‌ ଡେଲି ଷ୍ଟୋରରେ ଖୋଲିଥିଲା। ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଠାରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣି ପାରିଥିଲେ। ଏଥିସହିତ ହାଟସନ୍‌ ଷ୍ଟୋରକୁ ଆସିଥିବା ଅତିଥିମାନେ ରେଡିଓ ଚକଲେଟ୍‌ର ଷ୍ଟୁଡିଓରେ ଆର୍‌ଜେମାନଙ୍କ ସହିତ ଲାଇଭ୍‌ କଥା ହେବା ସହ ଉପହାର ପାଇ ବେଶ ଆନନ୍ଦିତ ହୋଇଥିଲେ। ଆର୍‌ଜେ ଅନୀଲ୍‌, ଆର୍‌ଜେ କୋମଲ, ଆର୍‌ଜେ ନୀଲ୍‌ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁନୀଲ ମିଶ୍ର, ସ୍ମୃତିରଞ୍ଜନ ପରିଡ଼ା, ସୁବ୍ରତ ସ୍ୱାଇଁ, ହାଡ଼ୁ କିଶୋର, ଅବିନାଶ ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହାଟସନ୍‌ ଡେଲି ପକ୍ଷରୁ ପ୍ରଦୀପ ଚୌକସି, ସତୀଶ, ବାଲାଜୀ, ଅନୀଲ ମିଶ୍ର, ସୁନ୍ଦର ରାଓ, ଆଲୋକ ପରିଡ଼ା ଓ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର