ବାଲିଅନ୍ତା : ଦୁଲ୍ଲାଦେବୀ ବିବାହ ‌ମଣ୍ଡପରେ ଚଢ଼ଉ

ବାଲିଅନ୍ତା : କରୋନା କଟକଣାକୁ ଖାତିର ନ କରି ବାଳକାଟି ମା’ ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଆଜି ଏକା ସମୟରେ ୪ଟି ବାହାଘର ଅନୁଷ୍ଠିତ ହେଉଥିଲା। ସୂଚନା ପାଇ ବ୍ଲକ ପ୍ରଶାସନ ପକ୍ଷରୁ ସେଠାରେ ଚଢ଼ଉ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି କର୍ମକର୍ତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏନେଇ ମନ୍ଦିର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକାରୀମାନେ ଧାର୍ଯ୍ୟ କରିଥିବା ୫୦ ହଜାର ଟଙ୍କା ଜରିମାନାକୁ ୧୦ ହଜାର ଟଙ୍କାକୁ କମାଇବା ପରେ ଉତ୍ତେଜନା ଥମିଥିଲା। ଚଢ଼ଉରେ ବାଲିଅନ୍ତା ତହସିଲ ପ୍ରଶାସନ, ବାଲିଅନ୍ତା ପଞ୍ଚାୟତ ସମିତି ଏବଂ ବାଳକାଟି ଫାଣ୍ଡି ପୁଲିସ ସାମିଲ ହୋଇଥିଲେ। ବିଡିଓ ଆଦିକନ୍ଦ ବେହେରାଙ୍କ ସୂଚନାନୁଯାୟୀ ଆଜି ପୂର୍ବାହ୍ନରେ ବାଲିଅନ୍ତା ବଜାରସ୍ଥିତ ୧୧ଟି ଦୋକାନରୁ ୮ ହଜାର ଟଙ୍କା ଓ ବାଳକାଟି ବଜାରସ୍ଥିତ ୬ଟି ଦୋକାନରୁ ୨୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର