ଭାରତ ବନ୍ଦ ସମର୍ଥନରେ ଶୋଭାଯାତ୍ରା

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇ ସିପିଆଇ ପକ୍ଷରୁ ଆଜି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିପିଆଇ, ଏଆଇଟିୟୁସି ଓ ବିକେଏମ୍‌ୟୁ ୩ଟି ସଂଗଠନର କର୍ମୀମାନେ ଭଗବତୀ ଭବନରୁ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲେ। ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ, ମାନ୍ଦାବସ୍ଥା, ବେକାରୀ, ଦରବୃଦ୍ଧି ଓ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବା କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନକୁ ଏଭଳି ସମର୍ଥନ ଜଣାଯାଇଛି। ଆଜିର ଏହି ଶୋଭାଯାତ୍ରାରେ ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଟିୟୁସିର ଉପସାଧାରଣ ସମ୍ପାଦକ ବିଜୟ ଜେନା, ସିପିଆଇର ସଭ୍ୟ ଜୟନ୍ତ ଦାସ ପ୍ରମୁଖ ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ରୀତା‌ ସେଠୀ, ମମତା ବରାଳ, ପବିତ୍ର ସ୍ବାଇଁ, ଛେତମ୍ବର ଭୋଇ, ଶରତ ସ୍ବାଇଁ, ଡାକ ହେମ୍ବ୍ରମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର