ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ ୧୧୯୬ ଆକ୍ରାନ୍ତ

ଭୁବନେଶ୍ବର: ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ପୂର୍ବରୁ ରାଜଧାନୀରୁ ଗୋଟିଏ ଦିନରେ ସର୍ବାଧିକ ୧୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧୯୬ଜଣ ଚିହ୍ନଟ ହୋଇଛନ୍ତି। ସୋମବାର ୯୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ‌ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭ଦିନ ପରେ ହଜାରେ ତଳକୁ ଖସିଥିଲା। ତେଣୁ ଆଶା କରାଯାଉଥିଲା ଯେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ କମିବ। ହେଲେ ହଠାତ୍ ଆଜି ସବୁ ରେକର୍ଡ ଭାଙ୍ଗି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ମୁହାଁ ହୋଇଛି।

ଆଜି ୧୧୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୦୦୨ଜଣ ସ୍ଥାନୀୟ ସଂକ୍ରମିତ, ୧୯୪ଜଣ ସଙ୍ଗରୋଧରୁ ଆକ୍ରାନ୍ତ ହୋଇଛନ୍ତି। ଆଜି ୮୫୮ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ନୂଆପଲ୍ଲୀରୁ ସର୍ବାଧିକ ୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଚାର୍ଯ୍ୟବିହାରରୁ ୨୦, ଆଇଗିଣିଆ, ଆଇଆରସି ଭିଲେଜ, ଗଜପତିନଗର, ମଞ୍ଚେଶ୍ବରରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି। ଲକ୍ଷ୍ମୀସାଗରରୁ ୨୭, ଚନ୍ଦ୍ରଶେଖରପୁରରୁ ୩୬, ଜାଗମରାରୁ ୧୩, ଡୁମଡୁମାରୁ ୩୦, ଖଣ୍ଡଗିରିରୁ ୨୪, ଝାରପଡ଼ାରୁ ୩୦, ସତ୍ୟନଗରରୁ ୧୫, ନୀଳାଦ୍ରିବିହାରରୁ ୨୦, ଶୈଳଶ୍ରୀବିହାରରୁ ୨୪, ସୁନ୍ଦରପଦାରୁ ୨୮, ୟୁନିଟ-୬ରୁ ୩୦, ପୁରୁଣା ଭୁବନେଶ୍ବରରୁ ୭୦, ରସୁଲଗଡ଼ରୁ ୨୫, ପଟିଆରୁ ୬୩, ଟଙ୍କପାଣି ରୋଡରୁ ୨୦, ୟୁନିଟ-୩ରୁ ୨୦, ଶାସ୍ତ୍ରୀନଗରରୁ ୧୫, ପଳାସୁଣିରୁ ୧୨, ୟୁନିଟ-୪ରୁ ୨୦, ୟୁନିଟ-୮ରୁ ୨୦, ୟୁନିଟ-୯ରୁ ୨୩, ଭିଏସ୍‌ଏସ୍‌ ନଗରରୁ ୧୪, ୟୁନିଟ-୧ରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର