ସାଧାରଣତନ୍ତ୍ର ଦିବସ

ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ: ମଦନପୁରସ୍ଥିତ କ୍ୟାମ୍ପସରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କୁଳପତି ପ୍ରଫେସର କମଲକାନ୍ତ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ବିଶ୍ବବିଦ୍ୟାଳୟର ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ସାମିଲ ହୋଇ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ: କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପତାକା ଉତ୍ତୋଳନ କରି ବିଶ୍ବବିଦ୍ୟାଳୟର ଶିକ୍ଷା, ଗବେଷଣା, ସମ୍ପ୍ରସାରଣ ଓ ପ୍ରଶାସନିକ ବ୍ୟବସ୍ଥାକୁ ଆନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବ, ଅଧ୍ୟକ୍ଷବୃନ୍ଦ, ଶିକ୍ଷକ, ବୈଜ୍ଞାନିକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ଭୁବନେଶ୍ବର ଆଇଆଇଟି: ଆଇଆଇଟି ନିର୍ଦେଶକ ଆର ଭି ରାଜା କୁମାର ପତାକା ଉତ୍ତୋଳନ କରିଥିଲେ। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି, ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଭଲ ରୢାଙ୍କ ହାସଲ କରିଥିବାରୁ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ମାର୍ଚ୍ଚପାଷ୍ଟ୍‌ ଏରୋବେଟିକ୍ସ, ଜାତୀୟ ସଙ୍ଗୀତ ପରିବେଷଣ ଫାୟାର ଡ୍ରିଲ୍‌ ଓ ଡେୟାରଡେଭିଲ୍‌ ସୋ’ ଅନୁଷ୍ଠିତ ହୋଇଥିଲା।

ଚନ୍ଦ୍ରଶେଖରପୁର ଆଶ୍ରୟସ୍ଥଳୀ: ଚନ୍ଦ୍ରଶେଖରପୁର ଏବଂ ଗଙ୍ଗନଗର ଆଶ୍ରୟସ୍ଥଳୀରେ ସାମ୍ବାଦିକା ତଥା ଷ୍ଟୋରି ଟେଲର ପ୍ରାଚୀତାରା, ଏସ୍‌ଏମ୍‌ଏମ୍‌ୟୁ ପ୍ରବନ୍ଧକ, ସୁଡାର ଅଧିକାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ଓଡ଼ିଶା ପତିତା ଉଦ୍ଧାର ସମିତି ଆନୁକୂଲ୍ୟରେ ଆଭାରାଣୀ ଚୌଧୁରୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଓଡିଏମ୍‌ ପବ୍ଲିକ୍‌ ସ୍କୁଲ: ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡ ପି କେ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ସଭାରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରି ଏଭଳି କାମ କରିବାକୁ କହିଥିଲେ। ବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ପ୍ରମୁଖ ଉପସ୍ଥିତ ରହି କେତେଜଣ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ପରେଡ୍‌ରେ ଏନ୍‌ସିସି, ଡ୍ରମ୍‌ ଓ ଏଚ୍‌ପିଇଆର‌୍‌ ଗ୍ରୁପ୍‌ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

କିଟ୍‌ ଓ କିସ୍‌: କିଟ୍‌ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ଉତ୍ସବରେ କିଟ୍‌ ଓ କିସ୍‌ର ସଭାପତି ଶାଶ୍ବତୀ ବଳ ପତାକା ଉତ୍ତୋଳନ କରିଥିଲେ। ଇଣ୍ତୋନେସିଆ ବାଲିସ୍ଥିତ ଆଶ୍ରମ ଗାନ୍ଧୀ ପୁରୀର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଗସ ଇନ୍ଦ୍ର ଉଦୟନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଦକ୍ଷିଣ କୋରିଆ ହାନ ସେଓ ବିଶ୍ବବିଦ୍ୟାଳୟର ପ୍ରଫେସର କିମ ସେଙ୍ଗ ଜେ, ସମ୍ପାଦକ ଆର ଏନ ଦାସ, କିଟ୍‌ ବିଶ୍ବବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ପଦ୍ମଶ୍ରୀ ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କିସ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ‌ଉପସ୍ଥିତ ଥିଲେ। ପରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ବାରା ଦେଶାତ୍ମବୋଧକ ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସତ୍ୟବିହାର ବିକାଶ ପରିଷଦ: ସତ୍ୟବିହାର ବିକାଶ ପରିଷଦ ପକ୍ଷରୁ ସତ୍ୟବିହାରଠାରେ ଜାତୀୟ ସଂଗୀତ ଗାନ କରାଯିବା ସହିତ ସତ୍ୟବିହାର ବିକାଶ ପରିଷଦ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପରେଶ ପାତ୍ର, ଜ୍ୟୋତି ରଂଜନ ରାଉତରାୟ, କ୍ରିଷ୍ଣାପ୍ରିୟ ମିଶ୍ର, ବିଶ୍ବଜିତ ଶର୍ମା, ସତ୍ୟରଂଜନ ଦାସ, ଧରଣୀ ସାହୁ, ଅଜୟ ମଙ୍ଗରାଜ, ଜ୍ଞାନ ମହାନ୍ତି, ବିଶ୍ବଜିତ ନାୟକ, ଚୈତନ୍ୟ ଚରଣ ଦାସ, ରୁଦ୍ର ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ। ପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମିଠା ବଣ୍ଟା ଯାଇଥିଲା।

ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ: ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ କମାଣ୍ଡାଣ୍ଟ୍‌ ଇନସ୍‌ପେକ୍ଟର ସିଆର୍‌ପିଏଫ୍‌ ସରୋଜ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏନ୍‌ଏସ୍‌ ପ୍ରସାଦ ସ୍ବାଗତ ଭାଷଣ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଂପାଦିକା ବୀଣାପା‌ଣି ରଥ, ଟ୍ରଷ୍ଟି ଶୋଭାକର ଦାସ ଫତେସିଂହ ଓ ଅନ୍ୟାନ୍ୟ ବିଦେଶୀ ଭକ୍ତ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ କିଶୁଚାନ୍ଦ ପୃଷ୍ଟି ଧନ୍ୟବାଦ ଜଣାଇଥିଲେ।

କଲ୍ୟାଣୀ ପ୍ଲାଜା ଆନେକ୍ସ: ସୁନ୍ଦରପଦାସ୍ଥିତ କଲ୍ୟାଣୀ ପ୍ଲାଜା ଆନେକ୍ସରେ ଆବାସିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ରବୀନ୍ଦ୍ର ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର କୁଳମଣି ନାୟକ, ବିଶ୍ବରଞ୍ଜନ ମିଶ୍ର, ଦେବେନ୍ଦ୍ର ମହାପାତ୍ର, ରବୀନ୍ଦ୍ର କୁମାର ସାହୁ ଓ ସାଗର ଦାସଙ୍କ ସମେତ ବହୁ ଗୃହ ମାଲିକ ଉପସ୍ଥିତ ଥ‌ିଲେ।

ନୂଆପଲ୍ଲୀ ଦୁର୍ଗାପୂଜା ସମିତି: ଦୁର୍ଗାପୂଜା ପଡ଼ିଆରେ ଗଣତନ୍ତ୍ର ଦିବସ ସହ ପରେଡ୍‌ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଉପଦେଷ୍ଟା ନବକିଶୋର ବେହେରା ପତାକା ଉତ୍ତୋଳନ କରିଥିଲେ। ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ, ସୁଶାନ୍ତ କୁମାର ଦାଶ ଉପସ୍ଥିତ ଥିଲେ। ଜେପି ଦାଶ, କେଦାର ପଟ୍ଟନାୟକ, ଶତୃଘ୍ନ ବେହେରା, ବସନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର