ରାସ୍ତା ଦୁର୍ଘଟଣା : ବିସ୍ଫୋରଣ ଭୟରେ ଲୋକ ଛାନିଆ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ସତ୍ୟନଗର ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ଏକ ଦୁର୍ଘଟଣା ଘଟିଛି। ବିଗ୍‌ବଜାର ପଟୁ ଆସୁଥିବା ଏକ ଟ୍ରକ୍‌ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ଏସ୍‌ ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣାରେ ଟାଟା ଏସ୍‌ଟି ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ ଏଥିରେ ବସିଥିବା ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଉଭୟ ଗାଡ଼ିକୁ ଖାରବେଳନଗର ଥାନା ପୁଲିସ ଜବତ କରିଛି।

ଟାଟା ଏସ୍‌ଟି ଗ୍ୟାସ୍‌ରେ ଚାଲୁଥିବାରୁ ବିସ୍ଫୋରଣ ଭୟରେ ସେହି ରାସ୍ତାରେ ଯାଉଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ନିକଟରେ ରାଜଭବନ ନିକଟରେ ଥିବା ପେଟ୍ରୋଲ ଟାଙ୍କି ବିସ୍ଫୋରଣର ଭୟାବହତା ମନରୁ ଲିଭି ନଥିବାରୁ ଅଟୋରେ ଲାଗିଥିବା ଗ୍ୟାସ୍‌ ଟାଙ୍କି ଦେଖି ଲୋକମାନେ ଦଉଡ଼ିବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ପୁଲିସ ନା‌କେଦମ୍‌ ହୋଇଥିଲା।

ସମ୍ବନ୍ଧିତ ଖବର