ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ-୩ : ଭାଷାଜ୍ଞାନ‌ ଓ ହସ୍ତାକ୍ଷରରେ ଛାତ୍ରୀ,ଚିତ୍ରାଙ୍କନରେ ଛାତ୍ରଙ୍କ ବାଜିମାତ୍‌

କେନ୍ଦ୍ରୀୟ ଜୋନ୍‌ ପାଇଁ ୟୁନିଟ-୩ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାଷାଜ୍ଞାନ- ପ୍ରବନ୍ଧ ଓ ହସ୍ତାକ୍ଷରରେ ଛାତ୍ରୀମାନେ ବାଜି ମାରି ନେଇଥିବା ବେଳେ ଚିତ୍ରାଙ୍କନରେ ଛାତ୍ରମାନେ ବାଜି ମାରିଛନ୍ତି। ଚିତ୍ରାଙ୍କନରେ ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮ର ପଞ୍ଚମ ଶ୍ରେଣୀ ଛାତ୍ର ସାର୍ଥକ ମିଶ୍ର ପ୍ରଥମ ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଚତୁର୍ଥ ଶ୍ରେଣୀ ଛାତ୍ର ଅକ୍ଷୟ କୁମାର ସାହୁ ଦ୍ବିତୀୟ ଏବଂ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ର ଅଂଶୁମାନ ଜେନା ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ହସ୍ତାକ୍ଷରରେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ କୁମାର ପ୍ରଧାନ ପ୍ରଥମ, ସତ୍ୟସାଇ ହାଇସ୍କୁଲର ୭ମ ଶ୍ରେଣୀ ଛା‌ତ୍ରୀ ସୌମ୍ୟଶ୍ରୀ ଡିଗଲ ଦ୍ବିତୀୟ ଏବଂ ୟୁନିଟ-୪ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୬ଷ୍ଠ ଶ୍ରେଣୀ ଛାତ୍ରୀ ସ୍ବାତୀ ଶତରୂପା ବଳ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ୟୁନିଟ-୪ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନବମ ଶ୍ରେଣୀର ତିନି ଜଣ ଛାତ୍ରୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ପ୍ରଜ୍ଞା ନିବେଦିତା ସାହୁ ପ୍ରଥମ, ବନ୍ଦନା ପ୍ରିୟଦର୍ଶିନୀ ମିଶ୍ର ଦ୍ବିତୀୟ ଏବଂ ରାଜଶ୍ରୀ ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଚିତ୍ରାଙ୍କନ ଓ ହସ୍ତାକ୍ଷରରେ ରଞ୍ଜନ କୁମାର ମହାରଣା, ଜଗନ୍ନାଥ ଦାସ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ପ୍ରବନ୍ଧ ଓ ଭାଷାଜ୍ଞାନରେ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ଡ. ଦେବାଶିଷ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ।

‘କିସ୍‌’ରେ ସୁନନ୍ଦନ, ଦିଗୀଜ୍‌ ଓ ଦେବରାଜ ପ୍ରଥମ

‘କିସ୍‌’ରେ ବିଭିନ୍ନ ଜନଜାତିର ଛାତ୍ରଛାତ୍ରୀ ସମେତ ଆଖପାଖ ବିଦ୍ୟାଳୟର ପ୍ରାୟ ଦୁଇ ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ବଣ୍ତା, କୋୟା, ଦେଶିଆ, ଲୋଧା, ସାନ୍ତାଳ, ହୋ, ଗଣ୍ତ, ସଉରା ପ୍ରମୁଖ ଜନଜାତିର ଛାତ୍ରଛାତ୍ରୀ ଏଠାରେ ପରୀକ୍ଷା ଦେଇ ରେକର୍ଡ ସୃଷ୍ଟି କରିଛନ୍ତି। ସମସ୍ତ ବିଭାଗରେ କିସ୍‌ର ଛାତ୍ରଛାତ୍ରୀ ବାଜି ମାରିଛନ୍ତି। ଚିତ୍ରାଙ୍କନରେ ସୁନନ୍ଦନ ମୁଣ୍ଡା ପ୍ରଥମ, ବାଦଲ ମନ୍ତ୍ରୀ ଦ୍ବିତୀୟ ଓ ହେମା ମାଝି ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ଦିଗୀଜ୍‌ ଟୁଡ଼ୁ ପ୍ରଥମ ହୋଇଥିବା ବେଳେ ପୂଜା ନାଏକ ଦ୍ବିତୀୟ ଓ କୁମାରୀ ମଧୁସ୍ମିତ‌ା ସିଂହ ତୃତୀୟ ସ୍ଥାନରେ ହାସଲ କରିଛନ୍ତି। ପ୍ରବନ୍ଧ- ଭାଷାଜ୍ଞାନ ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ର ଦେବରାଜ ମାଝୀ ପ୍ରଥମ, ଅଷ୍ଟମ ଶ୍ରେଣୀର ଶିବରାମ ମାଝୀ ଦ୍ବିତୀୟ ଓ ନବମ ‌ଶ୍ରେଣୀର ସନ୍ୟା ମଲ୍ଲିକ ତୃତୀୟ ସ୍ଥାନରେ ରହିଥିଲେ। ଚିତ୍ରାଙ୍କନରେ ସୁରେଶ୍ବର ଧଳ, ଅରୁଣ କୁମାର ପାଲୁର ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରବନ୍ଧ ଓ ଭାଷାଜ୍ଞାନରେ ନିର୍ମଳା କୁମାରୀ, ସ୍ନେହଲତା ପୃଷ୍ଟି, ସୁରେନ୍ଦ୍ରନାଥ ଗାହାଣ ଓ ନୀଳମଣି ଚାନ୍ଦ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାର ମୂଲ୍ୟାୟନ କରିଥିଲେ। ବିଚାରକଙ୍କ ସମେତ କିସ୍‌ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ପ୍ରକାଶ କୁମାର ବେହେରା, ସୁବ୍ରତ ମହଲା, ପ୍ରତୀମା ଜେନା, ରାଜଲକ୍ଷ୍ମୀ କୁଅଁର, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର