ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ମକର ଉତ୍ସବ

ଖଣ୍ଡଗିରି: କଳିଙ୍ଗନଗର କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ମକର ଉତ୍ସବ ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସବିତାରାଣୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେ-୮ ଅପୂର୍ବା ସଂଗଠନର ସଭାପତି ଶର୍ମିଳା ପଣ୍ଡା, ସଂପାଦିକା ମମତା ଲେଙ୍କା, କେ-୪ ଓନର୍ସ ଆସୋସିଏସନ୍‌ର ସଭାପତି ଜୟକୃଷ୍ଣ ମାର୍ଥା, ସଂପାଦକ ସତ୍ୟାନନ୍ଦ ନାୟକ ଏବଂ ଶତାକ୍ଷୀ ମହିଳା ସଂଗଠନର ସଂପାଦିକା ମମତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀମତୀ ପଣ୍ଡା କହିଥିଲେ, କେବଳ କଳିଙ୍ଗନଗର ନୁହେଁ ସମଗ୍ର ମହିଳା ସମାଜର ସମ୍ମାନ ଓ ଉନ୍ନତି ତଥା ରାଜ୍ୟର ଉନ୍ନତି ପାଇଁ ମହିଳାମାନଙ୍କୁ ଏକ ହେବାକୁ ପଡ଼ିବ। ଏଥିପାଇଁ କଳିଙ୍ଗନଗର କେ-୧ରୁ କେ-୮ ପର୍ଯ୍ୟନ୍ତ ଥିବା ସମସ୍ତ ମହିଳା ସଂଗଠନ ସାମିଲ ହେବାକୁ ସେ ଅହ୍ଵାନ ଦେଇଥିଲେ। ସେହିପରି ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବକୁ ସମସ୍ତେ ମିଳିମିଶି ପାଳନ କରିବାକୁ ଶ୍ରୀମତୀ ଲେଙ୍କା ପ୍ରସ୍ତାବ ରଖିଥିଲେ। ସଭା ପନୂର୍ବରୁ ମକର ଚାଉଳ ଭୋଗ ବଣ୍ଟନ ହୋଇଥିଲା। ପରେ ସଂଗୀତ ଆସର ଓ ଭଜନ ପରିବେଷଣ କରାଯାଇଥିଲା। ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବ ସଂପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର