କ୍ୟାପିଟାଲ ହସ୍ପିଟାଲରେ ସତ୍ୟସାଇ ବାବାଙ୍କ ଜୟନ୍ତୀ

ଭୁବନେଶ୍ୱର: ଶ୍ରୀ ସତ୍ୟସାଇ ବାବାଙ୍କ ୯୨ତମ ଜନ୍ମ ମହୋତ୍ସବକୁ ନିରାଡ଼ମ୍ବର ଭାବେ ୟୁନିଟ୍‌-୬ କ୍ୟାପିଟାଲ୍‌ ହସ୍ପିଟାଲର ସଂକ୍ରାମକ ବିଭାଗରେ ପାଳନ କରିଛନ୍ତି। ଏହି ଅବସରରେ ସାଇଭକ୍ତମାନେ ରୋଗୀମାନଙ୍କୁ ଫଳ, ବିସ୍କୁଟ୍‌, ମିଷ୍ଟାନ୍ନ ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସେବାଦଳର କର୍ମୀମାନେ ପ୍ରେମପାବନ ରଥକୁ ସ୍ୱାଗତ କରିବା ସହ ସଂକ୍ରାମକ ବିଭାଗର ମୁଖ୍ୟ ସେବିକା ଗୁରୁବାରି ଜେନା ବାବାଙ୍କ ନିକଟରେ ଆରତୀ ପ୍ରଦାନ କରିଥିଲେ । ସେବାଦଳର କର୍ମୀ ସୁବ୍ରତ ରାଉତ, ନାରାୟଣ ପ୍ରଧାନ, ବିଜୟ କୁମାର ପୁଷ୍ଟି, ପ୍ରତାପ ବେହେରା, ପ୍ରକାଶ ପାତ୍ର, ଇନ୍ଦ୍ରମଣି ସାହୁ, ନବ କିଶୋର ଘଡ଼େଇ, ଲକ୍ଷ୍ମୀ ନୃସିଂହ ପାଢ଼ୀ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

୬ଟି ସେବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୯୨ତମ ଜନ୍ମ ଉତ୍ସବ

ଭୁବନେଶ୍ୱର: ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୨ତମ ପୂର୍ଣ୍ଣ ଜନ୍ମ ଉତ୍ସବ ଭୁବନେଶ୍ୱର ସାଇ ସଙ୍ଗଠନର ୬ଟି ସେବା ସମିତି ପକ୍ଷରୁ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ୟୁନିଟ୍‌-୩ସ୍ଥିତ ସାଇ ଜନନୀଠାରେ ଜିଲ୍ଲା ସଙ୍ଗଠନ ଓ ସାଇ ଜନନୀ ସେବା ସମିତି ପକ୍ଷରୁ ସକାଳେ ସଂକୀର୍ତ୍ତନ, ବେଦପାଠ, ମଙ୍ଗଳବାଦ୍ୟ, ଲକ୍ଷାର୍ଚ୍ଚନା ପୂଜା କରାଯିବା ପରେ ୮ଟାରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଫଳ ବଣ୍ଟନ କରାଯିବା ସହ ମଧ୍ୟାହ୍ନରେ ବସ୍ତ୍ର ବଣ୍ଟନ ବି କରାଯାଇଥିଲା। ଏଥିରେ ସମିତିର କର୍ମକର୍ତାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର