ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର: ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନ୍‌ ନିକଟରେ ବାସ କରୁଥିବା ଭିକାରି, ଅସହାୟ ଓ ଗରିବ ଲୋକଙ୍କୁ ବସ୍ତ୍ରବଣ୍ଟନ କରାଯାଇଛି। ନୂତନ ଶୀତବସ୍ତ୍ର ସହ ଅନ୍ୟାନ୍ୟ ପୋଷାକପତ୍ର ଦିଆଯାଇଛି। ପାଞ୍ଚଶହରୁ ଅଧିକ ବ୍ୟକ୍ତିଙ୍କୁ ଏହି ବସ୍ତ୍ର ପ୍ରଦାନ କରାଯାଇଥିଲା। ସତ୍ୟନଗର ଲେଡିଜ୍‌ ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ସମେତ ସମସ୍ତ ସଦସ୍ୟ, ସଦସ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର