ଏସ୍‌ଟିଏସ୍‌ସି ଶିକ୍ଷକ ସଂଘର ଧମକ: ଜାନୁଆରି ୧ରୁ ବିଦ୍ୟାଳୟ ଓ ଛାତ୍ରାବାସ ଅଚଳ କରାଯିବ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ପରିଚାଳିତ ୧୬୦୦ ବିଦ୍ୟାଳୟର ୧୦ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଗ୍ରେଡ୍‌ ପେ’ରେ ଥିବା ଅସଙ୍ଗତି ଦୂର କରିବା ସମେତ ୧୦ ଦଫା ଦାବି ନେଇ ନିଖିଳ ଓଡ଼ିଶା ଏସ୍‌ଟି ଆଣ୍ଡ ଏସ୍‌ସି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ନଭେମ୍ବର ୨୯ରୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହା ପ୍ରତିବାଦରେ ଆସନ୍ତା ଜାନୁଆରି ପହିଲାରୁ ରାଜ୍ୟର ସମସ୍ତ ସେବାଶ୍ରମ, ଆବାସିକ ସେବାଶ୍ରମ, ଆଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସଗୁଡ଼ିକର କାର୍ଯ୍ୟ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଏହାର ସମ୍ପାଦକ ତୁମନାଥ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର