ଶିଶୁ ମହୋତ୍ସବ କଳିଙ୍ଗ-୨୦୧୮ : ଭାଗନେଲେ ଶତାଧିକ ପ୍ରତିଯୋଗୀ

ଭୁବନେଶ୍ୱର : ଶିଶୁ ମହୋତ୍ସବ କଳିଙ୍ଗର ୨୦ତମ ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍‌, ଆଧୁନିକ ନୃତ୍ୟ, ଓଡ଼ିଶୀ ନୃତ୍ୟ ଏବଂ ଗ୍ରୁପ୍‌ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲର ଦୁଇଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ମଞ୍ଜୁଳା ତ୍ରିପାଠୀ, ସବିତା ଶତପଥୀ, ସୁଧାଂଶୁ ଦେବ, ଜ୍ୟୋସ୍ନା ମହାପାତ୍ର, କାନନବାଳା ପଟ୍ଟନାୟକ ପ୍ରମୁଖ ମୂଲ୍ୟାୟନ କରିଥିଲେ। ସେହିପରି ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କ ଦ୍ୱାରା ଏକ ର‍୍ୟାମ୍ପ୍‌ ଶୋ ଅନୁଷ୍ଠିତ ହୋଇଥିଲା।

ଶେଷ ପର୍ଯ୍ୟାୟରେ ସଭାପତି ରେଣୁକା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଓ ବିଶିଷ୍ଟ ସାହିତ୍ୟିକ ସାତକୋଡି ହୋତା ଯୋଗ ଦେଇଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଗୀତା ହୋତା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ୱାରା ହାସ୍ୟରସାତ୍ମକ ନାଟକ ‘ପେଟେଣ୍ଟ ମେଡିସିନ୍‌’ ନାଟକ ମଞ୍ଚସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର