ଜେଲ୍‌ରେ ମୋବାଇଲ୍‌, ନିଶାଦ୍ରବ୍ୟ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ମୋବାଇଲ ଫୋନ୍, ନିଶାଦ୍ରବ୍ୟ ଯାଉଥିବା ଜଣାପଡ଼ିବା ପରେ ଏହାକୁ ଧରିବା ପାଇଁ ଗଠନ ହୋଇଛି ସ୍ପେସାଲ ସ୍କ୍ବାଡ୍। ଜେଲ୍ ଆଇଜିଙ୍କ ନେତୃତ୍ବରେ ଏହି ସ୍କ୍ବାଡ୍ କାମ କରିବ ବୋଲି ଜଣାପଡ଼ିଛି। ଜେଲ୍‌ରେ ରହୁଥିବା ଅପରାଧୀଙ୍କ ସହ ଅସାଧୁ କର୍ମଚାରୀମାନେ ହାତ ମିଳାଇ ଏହି ସବୁ ସାମଗ୍ରୀ ଭିତରକୁ ନେଉଥିବା ଜଣାପଡ଼ିଛି। ଜେଲ୍‌ ଭିତରକୁ ମୋବାଇଲ ଫୋନ୍, ନିଶାଦ୍ରବ୍ୟ ଯାଉଥିବା ନେଇ ଜଣାପଡ଼ିବା ପରେ ଏହା ଉପରେ ନଜର ରଖିବା ପାଇଁ କାରାଗାର କର୍ତ୍ତୃପକ୍ଷମାନଙ୍କୁ ଏକାଧିକଥର ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ବେ ମଧ୍ୟ ଏ ସବୁ ବେଆଇନ ସାମଗ୍ରୀ ଜେଲ ଭିତରକୁ ଯାଉଛି। ତେବେ ସ୍ପେସାଲ ସ୍କ୍ବାଡର ଚଢ଼ଉ ସମୟରେ ଯଦି ଏ ସବୁ ବେଆଇନ ସାମଗ୍ରୀ ମିଳେ ତା’ ହେଲେ ଏହା କର୍ତ୍ତୃପକ୍ଷଙ୍କର ଅବହେଳା ବୋଲି ବିବେଚନା କରାଯିବ ବୋଲି ସର୍କୁଲାର ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର