ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ, ଆଜି ମଙ୍ଗନ

ପୁରୁଣା ଭୁବନେଶ୍ୱର : ଆସନ୍ତା ୭ ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ। ଗୁରୁବାର ସମ୍ପନ୍ନ ହେବ ମଙ୍ଗନ ନୀତି। ତେବେ ଚଳିତ ବର୍ଷ ଉଭୟ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ଓ ନିର୍ଧାରିତ ସମୟରେ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ଡକାଇ ଆଲୋଚନା କରାଯାଇଥିଲା। ତେବେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ନପାରିବାରୁ ‌ବୈଠକ ସଫଳ ହୋଇ ପାରି ନଥିଲା। ଏ ନେଇ ଉଚ୍ଚସ୍ତରୀୟ ବୈଠକ କରିବାକୁ ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି। ତେବେ ଶ୍ରୀଲିଙ୍ଗରାଜଙ୍କ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାକୁ ଶ୍ରୀକପିଳନାଥ ଆସୁ ନଥିବାରୁ ଶ୍ରୀ ପତି ପୁଣି ଅସନ୍ତୋଷ ଜାହିର କରିଛନ୍ତି। ଏହି ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ସେ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏ ସଂପର୍କରେ ମନ୍ଦିର କାର୍ଯ୍ୟ ନିର୍ବାହୀ କିଛି କହିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର