ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

ଭୁବନେଶ୍ୱର: ଅଭିନୟ ଓ ଶୁଦ୍ଧ ନୃତ୍ୟରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଆଧ୍ୟାତ୍ମିକ ଓ ସାମାଜିକ କଥାବସ୍ତୁର ଅବତାରଣା ସହ ୪ର୍ଥ ଦିବସରେ ପହଞ୍ଚିଛି ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ପୂର୍ବାହ୍‌ଣରେ ଦଶାବତାରରୁ ଆରମ୍ଭ ହୋଇଥିଲା।
ଭାଗ୍ୟଶ୍ରୀ ସୁମନ, ରାଜଲକ୍ଷ୍ମୀ, ଦେବଦର୍ଶିନୀ, ପ୍ରଶାନ୍ତ, ବିଭାସ, ଶୀତଲ, ରଘୁନାଥ, ପ୍ରତୀକ ପ୍ରିୟଙ୍କର, ଅଙ୍କିତା, ସୁମିତା, ହିମାଂଶୁ, ଦେବଦୀପ୍ତ ପ୍ରମୁଖ ପୂର୍ବାହ୍‌ଣରେ ନୃତ୍ୟ ପରିବେଷଣ କରିଥିଲେ। ପରେ ଦେବସ୍ତିତା, ସୌମେନ୍ଦ୍ର, ନିତିନ, ଦୀପଞ୍ଜନ, ଲତିକା, ପିଆଲି, ସମିତ, ସବିତା ପ୍ରମୁଖ ଅପରାହ୍‌ଣରେ କୋଣାର୍କକାନ୍ତିଠୁ ନେଇ ଶିବସ୍ତୁତି ପର୍ଯ୍ୟନ୍ତ ପରିବେଷଣ କରିଥିଲେ। ସନ୍ଧ୍ୟାରେ ସୁଶାନ୍ତ, ମୋହେଶ୍ୱରୀ, ମୌସୁମୀ, ସୋନାଲ୍‌, ପୁଷ୍ପା, ଡୋଗ୍‌ଲାସ, ନିବେଦତା ଓ ସ୍ନେହାଞ୍ଜଳିଙ୍କ ଏକକ ନୃତ୍ୟ ସାଙ୍ଗକୁ ସନ୍ଧ୍ୟାରାଣୀ, ବର୍ଷା, ଇତିଶିକ୍ଷା, ଶୃତିଶ୍ରୀଙ୍କ ଦ୍ୱୈତ ନୃତ୍ୟ ଏବଂ ଶେଷରେ କୋଲକାତାର ଓଡ଼ିଶୀ ଆଶ୍ରମର ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଡ.ସୁବାସ ପାଣି, ଡ.ରଜତ କର, ଡ.ଏସ୍‌କେ ତାମୋଟିଆ, ବିଷ୍ଣୁ ପ୍ରସାଦ ମିଶ୍ର, ରାମହରି ଦାସ, ରତିକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର