ସାରା ଦେଶରେ ଉପଲବ୍ଧ ହେବ ଓଡ଼ିଶାର ପାଳ ଛତୁ

ଭୁବନେଶ୍ବର: ଛତୁ ଚାଷର ବିଭିନ୍ନ ସମସ୍ୟାର ସମାଧାନ ଛତୁ ମିସନ ଦ୍ବାରା କରାଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି। ମହାସଂଘ ଅଧ୍ୟକ୍ଷ ପ୍ରଫେସର ଅଦ୍ବୈତ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଛତୁ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଆଗାମୀ ତିନିବର୍ଷ ମଧ୍ୟରେ ସାରା ଦେଶରେ ଓଡ଼ିଶାର ପାଳଛତୁ ଉପଲବ୍ଧ କରାଯିବା ପାଇଁ ନିଆଯାଇଥିବା ସଂକଳ୍ପ ସଂପର୍କରେ ସୂଚନା ଦିଆଯାଇଥିଲା।

ଓୟୁଏଟି କୁଳପତି ପ୍ରଭାତ ରାଉଳ କହିଛନ୍ତି, ଛତୁ ବିକ୍ରି ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନରେ ଏହାକୁ ସାମିଲ କରିବା ଆବଶ୍ୟକ। ଉନ୍ନତମାନର ବିକ୍ରୟ ବ୍ୟବସ୍ଥା, ବୈଷୟିକ କୌଶଳକୁ ସେ ଗୁରୁତ୍ବ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପ଼ଞ୍ଚାୟତିରାଜ ଅତିରିକ୍ତ ସଚିବ ଗୁହା ପୁନମ, କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ରବୀନ୍ଦ୍ର ଖଟୁଆ, ଆପିକଲ୍‌ର ଡେପୁଟି ମ୍ୟାନେଜର୍‌ ନିରୁପମା ମିଶ୍ର, ଓୟୁଏଟି ସମ୍ପ୍ରସାରଣ ଡିନ୍‌ ଡ. ପ୍ରସନ୍ନଜିତ ମିଶ୍ରଙ୍କ ସମେତ କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରକାଶ ଦାଶ, ସଂଜୟ ସ୍ବାଇଁ, ଅଭୟ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର