କୁଆଖାଇରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ମଧ୍ୟାହ୍ନ ୧୨ଟା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଶବ କୁଆଖାଇ ନଦୀରୁ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ହେଲେ ବିଶାଲ ନାୟକ। ଘର ସହିଦନଗଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ। ପଥରବନ୍ଧ ବସ୍ତିର କିଛି ପିଲା ସ୍କୁଲ ଛୁଟି ଥିବା କାରଣରୁ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ପାଣିର ଗଭୀରତା ଜାଣି ନ ପାରି ବିଶାଲ ନଦୀକୁ ଡେଇଁ ପଡ଼ିଥିଲେ। କୂଳରେ ଥିବା ସାଙ୍ଗମାନେ ସେ ବୁଡ଼ି ଯାଉଥିବା ଦେଖି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ଘଟଣା ସଂପର୍କରେ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ପାଣିରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର