ସମ୍ ହସ୍ପିଟାଲ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର, ବର୍ଷକର ଶିଶୁର ଖାଦ୍ୟନଳୀରୁ ବାହାରିଲା ସେଫ୍‌ଟିପିନ୍

ଭୁବନେଶ୍ବର : ବର୍ଷକର ଶିଶୁର ଖାଦ୍ୟନଳୀରୁ ସେଫ୍‌ଟିପିନ୍ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍‌ଟିମେଟ୍ ମେଡି କେୟାରର ଡାକ୍ତର। ଅୟ‌ାଂଶୁ କୁମାର ରାଉତ ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ସେ ଗୋଟିଏ ଖୋଲା ସେଫ୍‌ଟିପିନ୍ ଗିଳି ଦେଇଥିଲା। ଏ ବିଷୟରେ ଜାଣି ନ ଥିବା ପରିବାରଲୋକ ତାକୁ ଜୋର ଜବରଦସ୍ତ ଖାଇବାକୁ ମଧ୍ୟ ଦେଇଥିଲେ। ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହୋଇଥିଲା ଓ କାନ୍ଦିଥିଲା, ସେତେବେଳେ ତା’ର ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଏକ୍ସ-ରେ’ କରିବା ପରେ ଖାଦ୍ୟନଳୀରେ ଖୋଲା ସେଫ୍‌ଟିପିନ୍ ଅଟକି ରହିଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ଅୟାଂଶକୁ ସମ୍ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା।

ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଇଏନ୍‌ଟି ଏଣ୍ଡ ସ୍କଲବେସ୍ ସର୍ଜରି ମୁଖ୍ୟ ଡା. ରାଧାମାଧବ ସାହୁ ପରୀକ୍ଷା କରି ସେଫ୍‌ଟିପିନ୍ କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ବିନା କୌଣସି ଦାଗରେ ମିନିମାଲ ଇନ୍‌ଭୋସିଭ ସର୍ଜରି ଜରିଆରେ ସେଫଟିପିନ କାଢ଼ିବାରେ ଡାକ୍ତର ସଫଳ ହୋଇଥିଲେ। ଅସ୍ତ୍ରୋପଚାରରେ ନିଶ୍ଚେତକ ବିଭାଗର ସିନିୟର କନସଲଟାଣ୍ଟ ଡା. ଦୀପଙ୍କରଙ୍କ ପ୍ରମୁଖ ଭୂମିକା ରହିଥିଲା। ଦୁଇଟି ଅବଜରଭେସନ୍ ପରେ ରଖିବା ପରେ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି।

ସମ୍ବନ୍ଧିତ ଖବର