ପୂଜା ପାଇଁ ଟିମ୍-୬୦ ଓ ଟ୍ରାଫିକ୍ ପୁଲିସର ସ୍ପେସାଲ୍ ଡ୍ରାଇଭ୍

ଗଳିରେ ପଇଁତରା ମାରିଲା, ମଦୁଆଙ୍କ ଠାରୁ ଜରିମାନା ଆଦାୟ ହେଲା

ଭୁବନେଶ୍ବର: ପାର୍ବଣରେ ବଢ଼ୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ରାଜଧାନୀରେ ସ୍ବତନ୍ତ୍ର ଭାବେ ବାଇକ୍ ପାଟ୍ରୋଲିଂ ଆରମ୍ଭ କରିଛି। ଟିମ୍-୬୦ ଓ ଟ୍ରାଫିକ୍ ପୁଲିସ ମିଳିତ ଭାବେ ଆଜି ରାତି ପ୍ରାୟ ୮ଟାରୁ ପୂରା ରାଜଧାନୀରେ ପଇଁତରା ମାରିଥିଲେ।

ଗଳିକନ୍ଦିରେ ଜମିଥିବା ଆଡ଼ା ଓ ଖଟିକୁ ଭାଙ୍ଗିବା ସହିତ ଖୋଲାରେ ମଦ୍ୟପାନ କରୁଥିବା ପ୍ରାୟ ୨୦ରୁ ଅଧିକ ଲୋକଙ୍କ ପାଖରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହିଭଳି ସ୍ବତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର