ଟ୍ୟୁସନ୍‌ ଯାଇ ନାବାଳିକା ନିଖୋଜ

ପୁରୁଣା ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଏୟାର ଫିଲଡ୍‌ ଥାନା ଅଧୀନ ଅଞ୍ଚଳରେ ୩ଜଣ ନାବାଳିକା ନିଖୋଜ ହୋଇଛନ୍ତି। କେହି ଟ୍ୟୁସନ୍‌ ଯିବା ବେଳେ ତ ଆଉ ସ୍କୁଲରୁ ଆଉ ଘରକୁ ଫେରି ନାହିଁ। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସର ମୁଣ୍ଡ ବିନ୍ଧା ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ପଞ୍ଚାୟତ ଅଧୀନର ଏକ ଗ୍ରମାରୁ ଟ୍ୟୁସନ୍‌ ଯାଉଥିବା ଜଣେ ନାବାଳିକା(୧୪) ନିଖୋଜ ହୋଇଛି। ଗତ ୩ତାରିଖରେ ସକାଳ ୭ଟାରେ ନାବାଳିକା ଜଣକ ନିକଟ ଏକ ସରକାରୀ ସ୍କୁଲକୁ ଟ୍ୟୁସନ୍‌ ଯାଇଥିଲା। ତେବେ ସେ ଆଉ ଘରକୁ ନଫେରିବାରୁ ପରିବାର ଲୋକ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ସେହିପରି ଜାମୁକୋଳି ପଞ୍ଚାୟତର ଜଣେ ୧୫ବର୍ଷର ଦଳିତ ପରିବାରର ନାବାଳିକା ସନ୍ଧ୍ୟାରେ କେଉଁ ଆଡ଼େ ନିଖୋଜ ହୋଇଛି। ଦୀର୍ଘ ୭ଦିନ ହେଲା ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ପ୍ରଧାନ ସାହି ପଞ୍ଚାୟତର ଜଣେ ୧୫ବର୍ଷର ନାବାଳିକା କେଉଁ ଆଡ଼େ ନିଖୋଜ ହୋଇଛି। ତାଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଥାନା ଅଧିୀ ପୋଖରୀପୁଟ୍‌ ଅଞ୍ଚଳରୁ ଜଣେ ନାବାଳିକକୁ ଅପହରଣ କରାଯାଇଥିଲା। ଏହି ଅଭିଯୋଗରେ ଗତ ମାସ ୧୫ତାରିଖରେ ପୁଲିସ ଝାଡ଼ଖଣ୍ଡ ଇଷ୍ଟ ସେଲଭୁମ୍‌ ଥାନା ଅନ୍ତର୍ଗତ ତେଲୋକ ଗ୍ରାମର ଅନୁପ ଚନ୍ଦ୍ର(୨୦)ଙ୍କୁ ଗିରଫ କରିଥିଲା। ତେବେ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଏନେଇ ଏକ ମାମଲା କରାଯାଇଛି। ନାବାଳିକାଙ୍କ ଉଦ୍ଧାର ପାଇଁ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର