ସାମ୍ବାଦିକଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ସାମ୍ବାଦିକ ଲକ୍ଷ୍ମୀକାନ୍ତ ଦାସଙ୍କ ମା’ ମାଳତୀ ଦାସଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଶ୍ରୀମତୀ ଦାସ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ଆଜି ସକାଳ ୭ଟା ୨୮ରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ ଜ୍ୱାଇଁ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ସାମ୍ବାଦିକ ଶ୍ରୀ ଦାସ ସ୍ବର୍ଗତା ଦାସଙ୍କ ସାନ ପୁଅ। ସେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନାହାଳପୁର ଗ୍ରାମର ନିବାସୀ ଅଟନ୍ତି।

ସମ୍ବନ୍ଧିତ ଖବର