‘ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍‌’ ପକ୍ଷରୁ ଇଞ୍ଜିନିୟର୍ସ ଦିବସ

ଡକ୍ଟର ବିଷ୍ଣୁପ୍ରସାଦ ଦାସଙ୍କୁ ‘ବିଶ୍ୱେଶ୍ୱରାୟା ସମ୍ମାନ’

କଟକ: ‘ଦି ଓଡ଼ିଶା ଇଞ୍ଜିନିୟର ଫୋରମ୍‌’ ପକ୍ଷରୁ ଇଞ୍ଜିନିୟର ଦିବସ ସାରଳା ଭବନରେ ପାଳିତ ହୋଇଛି। ଉତ୍ସବକୁ ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ ଶର୍ମା ଉଦ୍‌ଘାଟନ କରିଥିଲେ। ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଲିଫ୍‌ କମିସନର ଇଞ୍ଜିନିୟର ବିଷ୍ଣୁପଦ ସେଠୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଜଳସଂପଦ ବିଭାଗ ପ୍ରାକ୍ତନ ଯନ୍ତ୍ରୀ ଇଞ୍ଜିନିୟର ବିଷ୍ଣୁପ୍ରସାଦ ଦାସଙ୍କୁ ‘ବିଶ୍ୱେଶ୍ୱରାୟା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହା ସହିତ ଇଞ୍ଜିନିୟରିଂ କ୍ଷେତ୍ରରେ କୃତିତ୍ୱ ପାଇଁ ନାଲ୍‌କୋ ନିର୍ଦ୍ଦେଶକ ସଂଜୀବ ରାୟ, ଜନସ୍ୱାସ୍ଥ୍ୟ ବିଭାଗ ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ପ୍ରମୋଦ ଚନ୍ଦ୍ର ରଥ, ଏଲ୍‌ଆଣ୍ଡଟିର ପୂର୍ବତନ ମୁଖ୍ୟଯନ୍ତ୍ରୀ ମୃତ୍ୟୁଞ୍ଜୟ ଶତପଥୀ, ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଇଞ୍ଜିନିୟର୍ସ ଇଣ୍ଡିଆର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ ଦାସଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଫୋରମ୍‌ ପକ୍ଷରୁ ପ୍ରକାଶିତ ‘ଭର୍ଟେକ୍ସ’ ଉନ୍ମୋଚିତ ହୋଇଥିଲା। ଫୋରମ୍‌ କାର୍ଯର୍୍ୟକାରୀ ସଭାପତି ବିମଳ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଓ ସୁଶିଲ ମହାପାତ୍ର ବିବରଣୀ ପାଠ କରିିଥିଲେ। ଇଞ୍ଜିନିୟର ଭକ୍ତକବି ଦାସ, ହାଡିବନ୍ଧୁ ବେହେରା, ବାଲେଶ୍ୱରନାଥ ସାହୁ, ପ୍ରଫେସର ସଞ୍ଜୟ ସାମନ୍ତରାୟ, ଶିଶିର ସାହୁ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ରମାକାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ। ବାବାଜୀ ଚରଣ ବେହେରା, ଫିରୋଜ ଖାଁ, ବିଘ୍ନରାଜ ଜେନା, ପ୍ରମୋଦ ସ୍ୱାଇଁ, ସନ୍ତୋଷ ବେହେରା, ଆକାଶ ଭୂୟାଁ, କ୍ଷୀରୋଦ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପରେ ମୀରା ଦାସଙ୍କ ‘ଗୁଞ୍ଜନ’ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର