ସରିଲା ମିସ୍‌ ଓ ମିସେସ୍‌ ଓଡ଼ିଶା ୟୁନିଭର୍ସ ଇଣ୍ଡିଆ ଚୟନ ପ୍ରକ୍ରିୟା

ଭୁବନେଶ୍ବର: ଓଡ଼ିଶା ‌ଫେସନ୍‌ଭିଲ୍ଲା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ମିସ୍‌ ଓ ମିସେସ୍‌ ୟୁନିଭର୍ସ ଇଣ୍ଡିଆ ପାଇଁ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ୩ଟି ବିଭାଗର ଚୟନ ହୋଇଥିଲା। ଟିନ୍‌, ମିସ୍ ଓ ମିସେସ୍‌। ଟିନ୍‌ ବିଭାଗରେ ରାଉରକେଲାର ପ୍ରତ୍ୟାଶା ସାମଲ ବିଜେତା ହୋଇଥିବା ବେଳେ କୋରାପୁଟର ରିତୁଲ ସିଂହ ପ୍ରଥମ ରନର୍ସଅପ୍‌ ଓ ବାଲେଶ୍ବରର ଅର୍ଚ୍ଚିତା ପାତ୍ର ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି। ସେହିଭଳି ମିସ୍‌ ବିଭାଗ‌ରେ କୋରାପୁଟର କରିସ୍ମା ସୁଲତାନ ବିଜେତା ହୋଇଥିବା ବେଳେ ଭୁବନେଶ୍ବରର ସୋନାଲି ସାହୁ ପ୍ରଥମ ରନର୍ସଅପ୍‌ ଓ ସସ୍ମିତା ପଣ୍ଡା ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି। ମିସେସ୍‌ ବିଭାଗରେ କଟକର ତନ୍ମୟା ରାୟ ବିଜେତା ହୋଇଥିବା ବେଳେ ଭୁବନେଶ୍ବରର ସଂଘମିତ୍ରା ମହନ୍ତ ଦ୍ବିତୀୟ ଓ ସୁନାବେଡ଼ାର ରଶ୍ମି ବେହେରା ତୃତୀୟ ସ୍ଥାନରେ ସ୍ଥାନିତ ହୋଇଛନ୍ତି।

ପ୍ରତିଯୋଗିତା ପୂର୍ବରୁ ସମସ୍ତ ମଡେଲଙ୍କୁ ପର୍ସନାଲିଟି ଓ ଫିଟ୍‌ନେସ୍‌ ଗୁରୁ ସୋନାଲି ମିଶ୍ର ଓ ସ୍ବନାମଧନ୍ୟା ମଡେଲ ଗାୟତ୍ରୀ ମହାପାତ୍ର ପ୍ରଶିକ୍ଷିତ କରିଥିଲେ। ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍ ଇପ୍‌ସିତା ଦାସ, ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୱାର୍ଲ୍ଡ ବିଜେତା ସୋନାଲିରାଜ ମହାନ୍ତି ଓ ମିସ୍‌ ଓ ମିସେସ୍‌ ୟୁନିଭର୍ସ ଇଣ୍ଡିଆର ରାଷ୍ଟ୍ରୀୟ ନିର୍ଦ୍ଦେଶକ ଭିହାନ କଶ୍ୟପ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏଥିରେ ଅଭିଷେକ ପଟ୍ଟନାୟକ, ଆଦିତ୍ୟ ପ୍ରଡକ୍ସନ୍‌ର ପ୍ରତିଷ୍ଠାତା ଆଦିତ୍ୟ ଓ ହବିକ୍‌ ବିୟୁଟି ପାର୍ଲରର ପ୍ରବୀଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର