ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ଉଦ୍‌ଯାପିତ

ଭୁବନେଶ୍ବର: ହିନ୍ଦୁସ୍ଥାନୀ ସଂଗୀତ ସଭା ପକ୍ଷରୁ ଆୟୋଜିତ ଦ୍ବିତୀୟ ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ବୁଦ୍ଧ ମନ୍ଦିରଠାରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ୍ ତଥା ଅଧ୍ୟକ୍ଷା ସ୍ବର୍ଗତ ମିନତି ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଖେୟାଲ ସଂଗୀତ ଓ ଏକକ ତବଲା ବାଦନ ପରିବେଷଣ କରାଯାଇଥିଲା। ଗୁରୁ ପଣ୍ଡିତ ହରିହର ରଥ, ଗୁରୁ ରଘୁନାଥ ସାହୁ, ଯୁବ ଶିଳ୍ପୀ ଗୁରୁ କ୍ଷୀତିପ୍ରକାଶ ମହାପାତ୍ର, ନନ୍ଦିନୀ ମହାନ୍ତି, ଜ୍ୟୋତି ବୋଥ୍ରା, ଶଶିକାନ୍ତ ସାହୁ, ଜ୍ୟୋତିଲକ୍ଷ୍ମୀ ମହାରଣା, ତ୍ରିନୟନ ପ୍ରିୟଦର୍ଶନ ମିଶ୍ର ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ଗୁରୁ ଚିତ୍ତରଞ୍ଜନ ମହାପାତ୍ର ଓ ଗଣେଶ ଚନ୍ଦ୍ର ରାଉତ ଏକକ ତବଲା ବାଦନ କରିଥିଲେ। ଶଶିକାନ୍ତ ସାହୁ ହାରମୋନିୟମରେ ସହଯୋଗ କରିଥିବା ବେଳେ ପ୍ରମୋଦ କୁମାର ପତି ଏକକ ବଂଶୀ ବାଦନ କରିଥିଲେ।

ଅନୁଷ୍ଠାନର ଉପସଭାପତି ଡ. ସର୍ବେଶ୍ବର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ଲାନେଟ କମ୍ପ୍ୟୁଟରର ପୂର୍ବତନ ଅଧ୍ୟକ୍ଷ ବାରିଶ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ଉଇଙ୍ଗ କମାଣ୍ଡର ଅନୁଗ୍ରହ ନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ରଘୁନାଥ ସାହୁ ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର