ଆଜି ଭୁବନେଶ୍ବରରେ ୪ ଘଣ୍ଟା ଲାଇନ କଟିବ, ନୟାଗଡ଼ରେ କଟିବ ୧୧ ଘଣ୍ଟା

ଭୁବନେଶ୍ୱର: ରବିବ‌ାର ଜରୁରି ରକ୍ଷଣାବେକ୍ଷଣ କାମ ପାଇଁ ସେସୁ ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିବାକୁ ଘୋଷଣା କରିଛି। ଭୁବନେଶ୍ବର ସହରାଞ୍ଚଳର ୟୁନିଟ୍‌-୯, ଜନପଥ ଅଞ୍ଚଳରେ ସକାଳ ୯ଟାରୁ ଗୋଟାଏ ଏବଂ ବମିଖାଲ ଓ କଟକ ରୋଡ୍‌ରେ ସକାଳ ୯ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ନୟାଗଡ଼ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବାଧିକ ୧୧ଘଣ୍ଟା ଯାଏ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। ସେହିଭଳି କଟକ ବାଦାମବାଡ଼ିରେ ୧୦ଟାରୁ ଗୋଟାଏ ଓ ଖପୁରିଆରେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। କଟକ ସଦର ଅଞ୍ଚଳର ନିଆଳି ଓ ଗୋବିନ୍ଦପୁରରେ ସକାଳ ୮ଟାରୁ ୧୨ଟା, ପୁରୀ ନିମାପଡ଼ା, ପିପିଲି, କାକଟପୁର, କୋଣାର୍କ, ବାଳକାଟୀ ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ସେସୁ ସୂଚନା ଦେଇଛି। କେନ୍ଦ୍ରାପଡ଼ା ମାର୍ଶା‌ଘାଇରେ ପୂର୍ବାହ୍ନ ୧୦ଟା ୩୦ରୁ ୨ଟା ୩୦ ଯାଏ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ।

ସମ୍ବନ୍ଧିତ ଖବର