ଉତ୍କଳ ସମ୍ମିଳନୀ ପକ୍ଷରୁ କାନ୍ତକବିଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୬୫ ତମ ଶ୍ରାଦ୍ଧ ଦିବସ ଅବସରରେ ଆଜି ସ୍ଥାନୀୟ ମୁଖ୍ୟ ଡାକଘର ପାଖରେ ସ୍ଥାପିତ କାନ୍ତକବିଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ପୂର୍ବତନ ବାଚସ୍ପତି ଶରତ କୁମାର କର, କାନ୍ତକବିଙ୍କ ଦାୟଦ ଗୁରୁକଲ୍ୟାଣ ମହାପାତ୍ର ଓ ଡ. ଦ୍ୱାରିକା ନାଥ ମହାନ୍ତି, ଉତ୍କଳ ସମ୍ମିଳନୀ ପକ୍ଷରୁ ଦିଲ୍ଲୀପ ଦାଶଶର୍ମା, ନିରାକାର ମହାଳିକ , ଗୋବିନ୍ଦ ସୁବୁଦ୍ଧି, ଅଶୋକ ପାଲଟା ସିଂହ, ବାସନ୍ତି ତ୍ରିପାଠୀ, ଶିବ ପ୍ରସାଦ ମିଶ୍ର, ଅକ୍ଷୟ କୁମାର ଜେଠୀ, ଦୀପ୍ତିମୟୀ ନାୟକ, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ସୁବ୍ରତ ମହାପାତ୍ର, କ୍ଷେତ୍ର ମୋହନ ନାୟକ, ଅଜୟ କାନୁନଗୋ, ଉଷାରାଣୀ ମହାନ୍ତି, ଦୀନକୃଷ ମହାନ୍ତି ଓ ମନୋରଞ୍ଜନ ମହାନ୍ତି ପ୍ରମୁଖ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର