ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜବିଜ୍ଞାନ ବିଭାଗର ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ତରଫରୁ ‘ନାରୀମାନଙ୍କ ବିରୁଦ୍ଧରେ ହିଂସା ଏବଂ ସୁରକ୍ଷା ଆଇନ’ ଶୀର୍ଷକ ଏକ ଆଲୋଚନାଚକ୍ର ସ୍ଥାନୀୟ ପିଜି କାଉନସିଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା ଯୋଗଦେଇ କହିଲେ, ଆତ୍ମପ୍ରତ୍ୟୟ ଓ ଆତ୍ମବିଶ୍ୱାସ ହିଁ ନାରୀମାନଙ୍କୁ ଆଇନକୁ ହାତରେ ନେବାରେ ସହଯୋଗ କରିଥାଏ। ଆଇନର ଜ୍ଞାନ ସହ ଏହାର ଉପଯୁକ୍ତ ବ୍ୟବହାର ଜାଣିଲେ ହିଁ ନାରୀଙ୍କୁ ହିଂସାରୁ ସୁରକ୍ଷା ମିଳିପାରିବ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଲିଙ୍କନ ସୁବୁଦ୍ଧି କହିଲେ, ଅଙ୍ଗୀକାରବଦ୍ଧ ସାମାଜିକ କର୍ମୀ, କ୍ଷେତ୍ରୀୟ ଜ୍ଞାନ, ସ୍ୱର ଉତ୍ତୋଳନ କରିବାର ସାମର୍ଥ୍ୟ ସୃଷ୍ଟି କରିପାରିଲେ ମହିଳାଙ୍କ ବିରୁଦ୍ଧରେ ହିଂସାର ମାତ୍ରା କମିପାରିବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଡିନ୍‌ ପ୍ରଫେସର ପ୍ରବୀର ପଟ୍ଟନାୟକ ବକ୍ତବ୍ୟ ରଖିଥିବା ବେଳେ ପରିଷଦର ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଅଧ୍ୟକ୍ଷତା କରି ବକ୍ତବ୍ୟ ରଖିଥିଲେ। ବିଭାଗୀୟ ମୁଖ୍ୟ ମେରୀ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ଲୋହିତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର