ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରିରେ ରହୁଥିବା ୫ବର୍ଷୀୟ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁକୁ ଝାଡ଼ାବାନ୍ତି

ନନ୍ଦନକାନନରେ ବାରାଶିଙ୍ଗା ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରିରେ ରହୁଥିବା ୫ବର୍ଷୀୟ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁ ୩ ଦିନ ହେଲା ଝାଡ଼ାବାନ୍ତିରେ ପୀଡ଼ିତ। ସେ ଖାଉଥିବା ଖାଦ୍ୟ ହଜମ କରିପାରୁନାହିଁ। ସୋମବାର ମଇଁଷି ମାଂସ ବାନ୍ତି କରି ଦେଇଥିଲା। ତା’ର ତରଳ ଝାଡ଼ା ମଧ୍ୟ ହେଉଛି। ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ଔଷଧ ଓ ଆଣ୍ଟିଟ୍ରେସ୍‌ ଦେଇ ତା’ର ଚିକିତ୍ସା ଜାରି ରଖିଛନ୍ତି। ତେବେ ଗତକାଲିଠାରୁ ତା’ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ତା’ ବାନ୍ତି ବନ୍ଦ ହେବା ସହ ଝାଡ଼ାରେ ମଧ୍ୟ ପରିବର୍ତ୍ତନ ହୋଇଛି।

ଏ ସଂପର୍କରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି, ତା’ ପାକସ୍ଥଳୀ‌‌ରେ ସମସ୍ୟା ଥିବା ସନ୍ଦେହରେ ଓୟୁଏଟିକୁ ତା’ର ମଳ ଓ ରକ୍ତ ନମୁନା ପଠାଯାଇଛି। ରିପୋର୍ଟ ଆସିଲେ ତଦନୁଯାୟୀ ପଦକ୍ଷେପ ନିଆଯିବ।

ଉଲ୍ଲେଖଯୋଗ୍ୟ, ଶୁଭ୍ରାଂଶୁ ୨୦୧୪ ଜୁଲାଇ ୨୮ ତାରିଖରେ ଧଳା ବାଘୁଣୀ ସ୍ନେହା ଓ ସାଧାରଣ ନାଲି ରଙ୍ଗର ମହାବଳ ବାଘ ମନୀଷଙ୍କ ମିଳନରୁ ଜନ୍ମିତ। ବିରଳ କଳା ରଙ୍ଗ କ୍ରିଷ୍ଣା ସହ ସେ ଜନ୍ମଲାଭ କରିଥିଲା।

ନନ୍ଦନକାନନରେ ବାରାଶିଙ୍ଗା ଜନ୍ମ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ନମ୍ବର ଖୁଆଡ଼ରେ ଏକ ବାରାଶିଙ୍ଗା ହରିଣ ଛୁଆ ଜନ୍ମ ହୋଇଛି। ଛୁଆ ଓ ତାର ମା’ ସୁସ୍ଥ ଅଛନ୍ତି। ନବଜାତ ଛୁଆଟିର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ୨୦୧୫ ମସିହା ପରେ ୪ ବର୍ଷର ବ୍ୟବଧାନ ପରେ ଲଗାତର ୩ଟି ବରାଶିଙ୍ଗା ହରିଣ ଛୁଆ ଜନ୍ମ ନେଇଛନ୍ତି। ଫଳରେ ନନ୍ଦନକାନନର ବାରାଶିଙ୍ଗା ହରିଣ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୬ଟି ମାଈ, ୪ଟି ଅଣ୍ତିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ଟି ଛୁଆ ଅଛନ୍ତି।

ସମ୍ବନ୍ଧିତ ଖବର