ଯୁବ ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ, ସରିଲା ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଅଣ୍ଡର ସିକ୍ସଟିନ୍‌

ଭୁବନେଶ୍ବର: ଯୁବ ନୃତ୍ୟଶିଳ୍ପୀଙ୍କ ପାଦର ଛାନ୍ଦ, ହାତର ମୁଦ୍ରା ଓ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ପରିବେଶରେ ଚଞ୍ଚଳତା ଓ ଶାସ୍ତ୍ରୀୟତାର ଭାବନା ଖେଳାଇ ଦେଉଥିଲା। ନୃତ୍ୟଶିଳ୍ପୀମାନେ ମନ ଭରି ନୃତ୍ୟକୁ ଉପଭୋଗ କରିବା ସହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ଓଡ଼ିଶୀ ଡ୍ୟାନ୍ସର୍ସ କାଉନ୍‌ସିଲ୍‌ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସ‌ହଯୋଗରେ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ନେଇ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଅଣ୍ଡର ସିକ୍ସଟିନ୍‌ରେ ଏହିଭଳି ଏକ ମନୋଜ୍ଞ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀମାନେ ମୋହନେ ଦେଲି ଚାହିଁ…, କିଏଲୋ ସଜନି…, ନାଚନ୍ତି ରଙ୍ଗେ ଶ୍ରୀହରି…, ରାଧା ରାଣୀ ସଙ୍ଗେ ନାଚେ…, ଲୀଳା ନିଧି ହେ… ଓ ଅଷ୍ଟଶମ୍ଭୁ ଆଦି ନୃତ୍ୟାଭିନୟ ପରିବେଷଣ କରିଥିଲେ। ଏହି ଅବସରରେ ମୋଟ ୧୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସ୍ନେହପ୍ରଭା ସାମନ୍ତରାୟ, ସମ୍ପାଦିକା ଇଲିଆନା ସିତାରିଷ୍ଟ ଓ ଗୁରୁ ସଚ୍ଚିଦାନନ୍ଦ ଦାସ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର