ଭୁବନେଶ୍ୱର: ଶ୍ରେଷ୍ଠ ପ୍ରଶାସକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନେର ଏମଆଇଟି ୱାର୍ଲ୍ଡ ପିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଦର୍ଶ ମୁଖ୍ୟମନ୍ତ୍ରୀ -୨୦୧୮ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ୍ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ବିଜେପି ବରିଷ୍ଠର ନେତା ମୁରଲୀ ମନୋହର ଯୋଶୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରାୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ମିଳିବା ପରେ ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ତୁ ତୁ ମେମେ ଆରମ୍ଭ ହୋଇ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ମହାକାଳଫଳ ସହିତ ତୁଳନା କରି କହିଛନ୍ତି, ମହକାଳ ଫଳ ଦେଖିବାକୁ ସୁନ୍ଦର କିନ୍ତୁ ଭିତର କଳା ଅଙ୍ଗାର। ଠିକ ସେହିପରି ଏଠାକାର ଅବସ୍ଥା ବୋଲି ଶ୍ରୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାଭିମାନ ସହିତ ଖେଳ ଖେଳନ୍ତୁ ନାହିଁ। ବରଂ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନକୁ ନିଜ ଡ୍ରଇଂ ରୁମ୍ରେ ରଖି ଦଳୀୟ କର୍ମୀଙ୍କ ମନୋବଳ କେବଳ ବଢ଼ାନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଶ୍ରୀ ଆଚାର୍ଯ୍ୟ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ସମ୍ମାନ ଦିଆଯିବା ପରେ ସମାଲୋଚନା କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଯେଉଁମାନେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ସେମାନେ ଜ୍ଞାନୀ, ଗୁଣି। ସେମାନଙ୍କ ମଧ୍ୟରେ ବିଜେପି ନେତା ଓ ମାର୍ଗଦର୍ଶକ ମଧ୍ୟ ସାମିଲ ଅଛନ୍ତି ବୋଲି କହି ବିଜେପି ପ୍ରତିକ୍ରିୟାର କଡ଼ା ଜବାବ ରଖିଛନ୍ତି ଶ୍ରୀ ଦେବ।