ଶାଢ଼ିରେ ଦିଶିଲେ ମୋଦି, ଅମିତ, ବସୁନ୍ଧରା: ନିଆରା ଢଙ୍ଗରେ ପ୍ରଚାର ଆରମ୍ଭ କଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ର୍ନିବାଚନକୁ ନଜରରେ ରଖି ବିଜେପି ବିଶେଷ ପ୍ରକାରର ଶାଢ଼ି ତିଆରି କରିଛି। ସୈନିକ, ଯୁଦ୍ଧ ବିମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିଣ୍ଟ ଥିବା ଶାଢ଼ିକୁ ଦଳ ଶୀଘ୍ର ଲଂଚ କରିପାରେ ବୋଲି ଜାଣିବାକୁ ମିଳିଛି। କୁହାଯାଉଛି କି, ବିଜେପି ଏହା ମାଧ୍ୟମରେ ପ୍ରଚାରକୁ ଗତିଶୀଳ କରିବ, ଯେବେକି ନିକଟରେ ର୍ନିବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଥିଲେ କି, ସେମାନେ ସେନା ଓ ସୈନ୍ୟକର୍ମୀଙ୍କ ଫଟୋ ଓ ନାଁର ବ୍ୟବହାର କରିପାରିବେ ନାହିଁ।

ଗୋଟିଏ ଶାଢ଼ିରେ ଏୟାର ଷ୍ଟ୍ରାଇକ ଥିବା ବି ଦେଖିବାକୁ ମିଳିଛି। ଆଉ ଏକ ଶାଢ଼ି ମଧ୍ୟ ଅଛି, ଯାହାକି କ୍ରିମ୍‌, କମଳା ରଙ୍ଗ ଓ ସବୁଜ ରଙ୍ଗର। ସେଥିରେ ପିଏମ୍‌ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟ ପାର୍ଟି ନେତାଙ୍କ ଫଟୋ ଛପାଯାଇଛି। ସେହି ଶାଢ଼ିଗୁଡ଼ିକରେ ବସୁନ୍ଧରା ରାଜେଙ୍କ ଚେହେରା ମଧ୍ୟ ରହିବ। ଏକ ଖବରକାଗଜ ଦେଇଥିବା ସୂଚନା ମୁତାବକ, ଅନ୍ୟ ଏକ ଶାଢ଼ି କମଳା ରଙ୍ଗ ଓ ସବୁଜ ରଙ୍ଗର ହେବ। ସେଥିରେ ଦଳର ର୍ନିବାଚନ ଚିହ୍ନ ପଦ୍ମର ଡିଜାଇନ୍‌ ହେବ।

ସୂଚନା ମୁତାବକ, ଡିଜିଟାଲ ପ୍ରିଂଟ କରାଯାଇଥିବା ଏହି ଶାଢ଼ିର ମୂଲ୍ୟ ପାଖାପାଖି ୬୫୦ ଟଙ୍କା କୁହାଯାଉଛି। ଯେବେକି ସାଧା ଶାଢ଼ି ୧୫୦ ଟଙ୍କାର ହେବ। ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ମଧୁ ଶର୍ମା କହିଛନ୍ତି କି, ମୋଦିଜୀ ଜନତାଙ୍କ ମଧ୍ୟରେ ସବୁଠାରୁ ଲୋକପ୍ର୍ରିୟ ନେତା। ମହିଳା ଏହି ଶାଢ଼ିର ବରାଦ ଦେବେ ଓ ସାଧାରଣ ର୍ନିବାଚନ ପ୍ରଚାରକୁ ଧ୍ୟାନରେ ରଖି ଏହାର ବ୍ୟବହାର କରିବେ।

ସମ୍ବନ୍ଧିତ ଖବର