୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜୟପୁରରେ କରିବେ ନିର୍ବାଚନୀ ପ୍ରଚାର!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଯଦି ମୋଦି ଏହି ଗସ୍ତ କରନ୍ତି, ତା’ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋଦି କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ବିଜେପି ପକ୍ଷରୁ ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ବୁଧବାର ପ୍ରକାଶ କରାଯାଇଛି, ଯେଉଁଥିରେ ମୋଦିଙ୍କ ସ୍ଥାନ ସାମିଲ ରହିଛି।

ସମ୍ବନ୍ଧିତ ଖବର