ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସ୍ପି) ଏବଂ ସମାଜବାଦୀ ପାର୍ଟି(ଏସ୍ପି) ସହ ଗଠବନ୍ଧନ ବିନା କଂଗ୍ରେସ ଦଳ ନିଜେ ନିଜର ବଳ ଦ୍ୱାରା ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି କଂଗ୍ରେସ ଦଳର ଉତ୍ତରପ୍ରଦେଶ ପ୍ରଭାରି ଗୁଲାବ ନବି ଆଜାଦ ପ୍ରକାଶ କରିଛନ୍ତି। ମେଘାଗଠବନ୍ଧନ କଥାଟି ମଣମାଧ୍ୟମ ଦ୍ୱାରା ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି। କଂଗ୍ରେସ କେବେ ବି ଗଠବନ୍ଧନ କଥା ଉଠାଇ ନାହିଁ ବୋଲି ସେ କହିଛନ୍ତି। ସମାନ ବିଚାରଧାରା ଥିବା ଦଳ ସହ ହିଁ କଂଗ୍ରେସ ଗଠବନ୍ଧନ କରିବାକୁ ପସନ୍ଦ କରିବ ବୋଲି ସେ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ୟୁପିରେ ଏସପି-ବିଏସପି ମେଂଟ ପରେ ଆଗାମୀ ଲୋକସଭା ର୍ନିବାଚନ ପାଇଁ ରାଜ୍ୟର ସମସ୍ତ ୮୦ ଆସନରେ ଗଠନ କରିବାକୁ ଘୋଷଣା କରିଛି ଦଳ। ଗତକାଲି ରାଜ୍ୟରେ ଏସପି-ବିଏସପି ମେଂଟରୁ କଂଗ୍ରେସ ବାଦ ପଡିଥିଲା। ଏହା ପରେ କଂଗ୍ରେସ ପକ୍ଷରୁ ଏହି ବଡ଼ ଘୋଷଣା ହୋଇଥିବା ସୂଚନା ରହିଛି। ତେବେ ଅଜିତ ସିଂହଙ୍କ ରଷ୍ଟ୍ରୀୟ ଲୋକଦଳ ଓ ଅନ୍ୟ କିଛି ଛୋଟ ଦଳ ସହ କଂଗ୍ରେସ ବୁଝାମଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ଗତକାଲି ରାହୁଲ ମଧ୍ୟ କହିଥିଲେ ଯେ କଂଗ୍ରେସ ନିଜ ଆଦର୍ଶରେ ର୍ନିବାଚନ ଲଢ଼ିବ ଓ ବିଜେପିକୁ ହରାଇବ। ୟୁପିରେ ଅଖିଳେଶ-ମାୟାବତୀ ମେଂଟ ପରେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି।