ହିନ୍ଦୁମାନେ କଦଳୀଗଛ ପୂଜନ୍ତି କାହିଁକି

ଉଦ୍ଭିଦ ବିଜ୍ଞାନ ଦୃଷ୍ଟିରେ ଯଦିବା କଦଳୀଗଛ ଏକ ଗଛ ନୁହେଁ, ଆକାର ପ୍ରକାର ଦୃଷ୍ଟିରୁ ସାଧାରଣ ଲୋକେ ଏହାକୁ ଗଛ ବୋଲି ବିଚାର କରନ୍ତି। ହିନ୍ଦୁମାନେ ଏହାକୁ ଅତି ପବିତ୍ର ଗଛ ବୋଲି ମାନନ୍ତି। ଏହାର ସବୁ ଅଂଶ ଲୋକମାନଙ୍କର ବିଭିନ୍ନ କାମରେ ଲାଗେ। ଏହାକୁ କାଟି ପୂଜାପର୍ବାଣିରେ ଦୁଆରେ ପୋତାଯାଏ। ପତ୍ରରେ ଭୋଜନ ପରିବେଷଣ କରାଯାଏ।

ପ୍ରାଚୀନ ଶାସ୍ତ୍ରରେ କଦଳୀଗଛ ଦେବ ଗୁରୁ ବୃହସ୍ପତିଙ୍କ ତୁଲ୍ୟ ବୋଲି କୁହାଯାଇଛି। ଜଣେ ବୃହସ୍ପତି ରତ୍ନ କିଣି ଧାରଣ କରିବାକୁ ଅସମର୍ଥ ହେଲେ, କଦଳୀ ଚେର ଖଣ୍ଡେ ଧାରଣ କଲେ ସମାନ ଫଳ ପାଇବେ। ଘରବାଡ଼ିରେ କଦଳୀଗଛଟିଏ ଲଗାଇଲେ ଘରେ ଦେବ ଗୁରୁ ବୃହସ୍ପତିଙ୍କୁ ରଖିବା ସହ ସମାନ ବୋଲି କୁହାଯାଏ। ଗୁରୁବାର ଦିନ ଲୋକେ କଦଳୀଗଛ ପୂଜି ବୃହସ୍ପତିଙ୍କର ଆଶିଷ ଲାଭ କରନ୍ତି।

ଅନ୍ୟାନ୍ୟ ପତ୍ରଗୁଡ଼ିକ ଠାରୁ କଦଳୀପତ୍ର ଅତି ପବିତ୍ର ହୋଇଥିବାରୁ ସବୁ ପ୍ରକାର ବୈଦିକ କର୍ମକାଣ୍ଡରେ ବ୍ୟବହୃତ ହୋଇଥାଏ। କଦଳୀକୁ ସବୁଠୁ ଶକ୍ତିପ୍ରଦାୟକ ଫଳ ବୋଲି କହନ୍ତି। ଏହା ଶସ୍ତାରେ ମିଳୁଥିବା ୧୦୦%ରୁ ଅଧିକ କ୍ୟାଲୋରି ଥିବା ଫଳ।

ଯଦି କେହି ଗୁରୁଦକ୍ଷିଣା ବାବଦରେ ଅର୍ଥ କିଂବା ଉପହାର ଦେବାକୁ ଅସମର୍ଥ, ସେ ଗୁରୁଙ୍କୁ କେତୋଟି କଦଳୀ ଅର୍ପଣ କରିବାକୁ ଉପଦେଶ ଦିଆଯାଇଛି।

ପରିବାରର ସୁଖସମୃଦ୍ଧି, ସ୍ୱଚ୍ଛଳ ଆର୍ଥିକ ପରିସ୍ଥିତି, ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ କଦଳୀ ଅର୍ପଣ କରାଯାଏ। ପୌଷ ଶୁକ୍ଳପକ୍ଷ ଏକାଦଶୀରେ ଲକ୍ଷ୍ମୀନାରାୟଣଙ୍କୁ ଏବଂ କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ କାର୍ତ୍ତିକେୟଙ୍କୁ କଦଳୀ ଅର୍ପଣ କଲେ ଶୁଭଫଳ ମିଳେ ବୋଲି ବିଶ୍ୱାସ କରାଯାଏ।

ଜ୍ୟୋତିଷି ଶାସ୍ତ୍ର ଅନୁସାରେ ମାଙ୍ଗଳିକ ଦୋଷ ଥିବା ବ୍ୟକ୍ତି କଦଳୀଗଛକୁ ବାହା ହେଲେ ଦୋଷ ଖଣ୍ଡନ ହୁଏ। ତେଣୁ ପରେ ସେ ନିଦକରେ ଅଣମାଙ୍ଗଳିକ ବ୍ୟକ୍ତିଙ୍କୁ ବିବାହ କରି ପାରନ୍ତି।

କଦଳୀପତ୍ର ଲାଗି କରାଗଲେ ଗଣେଶ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ।

କେତେକ ଅଞ୍ଚଳରେ କଦଳୀ ବ୍ରତ ପାଳନ ଅବସରରେ କଦଳୀଗଛ ପୂଜା କରାଯାଏ। କୁହାଯାଏ ଫୁଲ ଓ ଫଳ ଧାରଣ କରିଥିବା କଦଳୀଗଛ ପୂଜା କଲେ ପରିବାରର ମଙ୍ଗଳ ହୁଏ।

ସମ୍ବନ୍ଧିତ ଖବର