ଗାଁର ୮୦ ପ୍ରତିଶତ ଯୁବକଙ୍କୁ ବିବାହ ପାଇଁ ଝିଅ ମିଳୁ ନାହିଁ

ବଣ୍ଡା: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଝାନ୍‌ସି ଜିଲ୍ଲାର ଏମିତି ୩ ଟି ଗାଁ ରହିଛି, ଯେଉଁ ଗାଁର ଯୁବକମାନଙ୍କ ପାଇଁ ବିବାହ ଏବେ ଏକ ସ୍ୱପ୍ନ ପରି ଲାଗୁଛି। ଏପରିକି ୪୦ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ୩ଟି ଗାଁର ଯୁବକଙ୍କୁ ବିବାହ ପାଇଁ ଝିଅ ମିଳୁ ନାହିଁ। ପରିସ୍ଥିତି ଏମିତି ହୋଇଛି ଯେ ଗାଁର ୮୦ ପ୍ରତିଶତ ଯୁବକ ଏବେ ଅବିବାହିତ ରହିଛନ୍ତି। କାରଣ ହେଉଛି ପିଇବା ପାଣି।


ମିଳିଥିବା ସୂଚନା ଅନୁଯାୟୀ, ପରାଇଛା, ଗଣେଶପୁର ଓ ଧିମରପୁର ନାମକ ଏହି ଗାଁରେ ନିଜ ଝିଅକୁ ବିବାହ ଦେବା ପାଇଁ ଲୋକେ ପ୍ର୍ରସ୍ତାବ ନେଇ ଆସୁଛନ୍ତି। ମାତ୍ର ଥରେ ଗାଁରୁ ଫେରିଗଲା ପରେ ସିଧାସିଧା ଏଠାରେ ଝିଅ ବିବାହ ଦେବାକୁ ମନା କରି ଦେଉଛନ୍ତି। ପ୍ରସ୍ତାବ ନେଇ ଆସୁଥିବା ବ୍ୟକ୍ତି ଗାଁର ଉତ୍କଳ ପାଣି ସମସ୍ୟା ଦେଖିବା ପରେ ସେହି ଗାଁରେ ସେମାନଙ୍କ ଝିଅକୁ ବିବାହ ଦେବାକୁ ଚାହୁଁ ନାହାନ୍ତି। ସେମାନଙ୍କ କହିବା କଥା ହେଉଁଛି, ଯେଉଁ ଗାଁରେ ପିଇବା ପାଇଁ ପାଣି ଟୋପେ ମିଳିୁ ନାହିଁ, ସେହି ଗାଁରେ ଝିଅକୁ ବିବାହ ଦେଇ ତାର ଭବିଷ୍ୟତ ସେମାନେ ନଷ୍ଟ କରିବାକୁ ଚାହୁଁ ନାହାଁନ୍ତି। ଝାନସି ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି ଏହି ୩ଟି ଗାଁ।ଗାଁକୁ ଭଲ ରାସ୍ତାଟିଏ ନାର୍ହିଁ। ତଥାପି ଗାଁର ମହିଳାମାନଙ୍କୁ ପାଣି ବାଲତିଏ ସଂଗ୍ରହ କରିବାକୁ ପୁରା ଦିନଟିଏ କସରତ କରିବାକୁ ପଡେ। ଗାଁରେ ଥିବା ସମସ୍ତ ହ୍ୟାଣ୍ଡପମ୍ପ ଅଚଳ, କୁଅ ଗୁଡ଼ିକ ଶୁଖି ଠକ୍‌ଠକ୍‌। ତେଣୁ ଗାଁ ଠାରୁ ବହୁ ଦୂରରେ ଥିବା । ଏକ ନଳକୂଅରୁ ଯେଉଁ ଅଳ୍ପ ଅଳ୍ପ ପାଣି ବାହାରୁଛି ତାକୁ ସଂଗ୍ରହ କରିବାକୁ ମହିଳାମାନଙ୍କୁ ସକାଳୁ ସନ୍ଧ୍ୟା ଯାଏ ଧାଡିରେ ଛିଡ଼ା ହେବାକୁ ପଡ଼ୁଛି। ଗାଁ ଲୋକେ ପାଣି ଟ୍ୟାଙ୍କରକୁ ଭରଷା କରୁଛନ୍ତି। ମାତ୍ର ଗୋଟିଏ ପାଣି ଟ୍ୟାଙ୍କର ପାଇଁ ପ୍ରାୟ ୨ ହଜାର ଟଙ୍କା ଦେବାକୁ ପଡ଼ୁଛି। ଆଉ ଯଦି କୌଣସି କାରଣରୁ ପାଣି ଟ୍ୟାଙ୍କର ନ ଆସିଲା, ତେବେ କୌଣସି ଉପାୟ ନ ପାଇ ଲୋକଙ୍କୁ ବହୁଦୂରରେ ଥିବା ନଦୀକୁ ଯାଇ ପାଣି ସଂଗହ କରିବାକୁ ପଡ଼ିଥାଏ। ତାହା ପୁଣି ଜଙ୍ଗଲ ରାସ୍ତା ଦେଇ। ବାଟରେ ହିଂସ୍ରଜନ୍ତୁଙ୍କ ଭୟ ଥିବାରୁ ଏହି ୩ଟି ଗାଁର ଲୋକଙ୍କ ପାଇଁ ନଦୀରୁ ପଣି ମଧ୍ୟ ସଂଗ୍ରହ କରିବା ଏକ ବଡ଼ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର